ସ୍ୱାଭିମାନ କୁ ଜଳାଞ୍ଜଳି ଦେଲେ ସୌମ୍ୟରଞ୍ଜନ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଦିନଥିଲା ଓଡ଼ିଶା ରେ ନବୀନ ପଟ୍ଟନାୟକଙ୍କ ଲହରୀ କୁ ଧୂଳିସାତ କରିବାକୁ ବନ୍ଧହୋଇ ଠିଆ ହୋଇଥିଲେ ଆମ ଓଡ଼ିଶା ପାର୍ଟି ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ପ୍ରଥମ ଯଦି କିଏ ନବୀନ ଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲେ ସେ ହେଉଛିନ୍ତି ସୌମ୍ୟରଞ୍ଜନ ବାବୁ ସେ ନିଜେ ହୁଅନ୍ତୁ ବା ତାଙ୍କର ଦୁଇଟି ମିଡ଼ିଆ ସମ୍ବାଦପତ୍ର କି ଚାନେଲ ମାଧ୍ୟମରେ ହେଉ। ନବୀନ ପଟ୍ଟନାୟକଙ୍କ ପ୍ରତିଟି କଥାରେ ସେ ସମାଲୋଚନା କରୁଥିଲେ। ଖାଲି ଏତିକି ନୁହେଁ ନବୀନ ବାବୁ ଓଡ଼ିଆ ଭାଷା ଜାଣିନାହାଁନ୍ତି କହି ଅନେକ କଟୁମନ୍ତ୍ୟବ ମଧ୍ୟ ଦେଉଥିଲେ।

ପରିସ୍ଥିତି ଏପରି ହେଲା ସୌମ୍ୟରଞ୍ଜନ ବାବୁଙ୍କ ନେତୃତ୍ବରେ ଏକ ନବନିର୍ମାଣ କୃଷକ ସଂଗଠନ ସମଗ୍ର ଓଡ଼ିଶାରେ ନବୀନ ଙ୍କ ବିରୁଦ୍ଧରେ ମୁଣ୍ଡ ଟେକିଥିଲା। ରାଜଧାନୀ ରେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରୁଥିବା ବେଳେ କହୁକହୁ କହିଦେଲେ ନବୀନ ପଟ୍ଟନାୟକଙ୍କ ଶୁଦ୍ଧିକ୍ରିୟା ସମଗ୍ର ଓଡ଼ିଶାରେ ହେବାକୁ ଯାଉଛି ଏବଂ ଗିରଫ ମଧ୍ୟ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ଓଡ଼ିଆ କହିପାରନ୍ତି ନାହିଁ ତାଙ୍କ ସହ ମୁଁ କଣ ରାଜନୀତି କରିବି କହିଥିବା ନେତା ଏସବୁକୁ ପାଶୋରି ନିଜ ସ୍ୱାଭିମାନ କୁ ଜଳାଞ୍ଜଳି ଦେଇ ଆଜି ନବୀନ ପଟ୍ଟନାୟକଙ୍କ କ୍ଷମତା ପୋଖରୀରେ ଗାଧୋଇ ବିଜେଡ଼ି ଶଙ୍ଖ କୁ ଫୁଙ୍କି ବାକୁ ଯାଉଛନ୍ତି ସୌମ୍ୟ ବାବୁ। ବିଜେଡି ଟିକେଟରୁ ହିଁ ରାଜ୍ୟସଭାକୁ ନିର୍ବାଚିତ ହେବେ। ଦୀର୍ଘଦିନ ଧରି ଏହା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା। ଖାଲି ସେତିକି ନୁହେଁ ଏହା ସହ ଆଉ ୪ ଟି ଆସନ ବୁଝାବଣା ହୋଇଥିବା ଚର୍ଚ୍ଚା ହେଉଛି।

ସୂଚନା ମୁତାବକ ୩ଟି ବିଧାନସଭା ଆସନ ସହ ଝିଅ ତନୟା ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ବିଜେଡି ଟିକେଟ୍ ଓ ଆଠଗଡ,ବେଗୁନିଆ ଆସନ ଟିକେଟ ସୌମ୍ୟ ଦାବି କରିଥିବା ଜଣାପଡିଛି। ଦୀର୍ଘଦିନରୁ ବିରୋଧ କରିଆସୁଥିବା ସୌମ୍ୟ ବାବୁ ବିଜେଡ଼ି ଯୋଗଦେବା ପରେ ବିଜେଡି ର ଚିନ୍ତାଧାରାରେ ଓଡ଼ିଶାକୁ ଆଗେଇନେବାକୁ ନବୀନ ବାବୁଙ୍କ ଶହ ହାତ ମିସାଇଛନ୍ତି। ଏହି ମିଶ୍ରଣ ପର୍ବରେ କିଟ ଓ କିସ ର ପ୍ରତିଷ୍ଠିତା ଅଚ୍ୟୁତ ସାମନ୍ତ ମଧ୍ୟ ଯୋଗଦେଇଛନ୍ତି।

Sikshaya
Leave A Reply

Your email address will not be published.