ବିବାହିତା ଭଉଣୀ ପାଇଁ ଭାଇ ନେଲା ମା’ ର ଜୀବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମା’କୁ ହତ୍ୟା କଲା ପୁଅ ।
ଘରୋଇ କଳିରୁ ହେଲା ହତ୍ୟାକାଣ୍ଡ । ଭୁଜାଲି ରେ ପୁଅ ହତ୍ୟା କଲା ମା’ କୁ । ଏଭଳି ଏକ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡାର ଡେରାବିଷ ଥାନା ଦୁମୁକା ଗାଁରେ ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଡେରାବିଷ ଥାନା ଦୁମୁକା ଗାଁର ତୁଳସୀ ଓ ତାଙ୍କ ପୁଅ କମଳାକାନ୍ତଙ୍କ ମଧ୍ୟରେ ପ୍ରାୟତଃ ଝଗଡା ଲାଗିରହୁଥିଲା । କାରଣ ହେଲା କମଳାକାନ୍ତଙ୍କ ବିବାହିତା ଭଉଣୀ । ମା’ ତୁଳସୀ ଚାହୁଁଥିଲେ କି ତାଙ୍କ ବିଭାହିତା ଝିଅ ତାଙ୍କ ସାଙ୍ଗେ ଘରେ ରହୁ । ମାତ୍ର କମଳାକାନ୍ତ ଏହାକୁ ବିରୋଧ କରିବାରୁ ମା’ ଓ ପୁଅ ମଧ୍ୟରେ ଝଗଡା ଲାଗୁଥିଲା । ଘରେ କେହି ନଥିବା ସମୟରେ ମା’କୁ କୁକୁଡ଼ା ଫାର୍ମ କୁ ଡାକିନେଇ ଭୁଜାଲିରେ ହାଣି ହତ୍ୟାକାରିଥିଲା କମଳାକାନ୍ତ । ମା’ କୁ ହତ୍ୟା କରିବାପରେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ରୂପ ଦେବାକୁ କମଳାକାନ୍ତ ଥାନାକୁ ଯାଇ ତାଙ୍କ ମା’ ତୁଳସୀ ଛାତରୁ ପଡି ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲା । ମାତ୍ର ପୋଲିସ ତଦନ୍ତ ସମୟରେ ପରିବାର ଲୋକଙ୍କ କଥାରେ ସାମଞ୍ଜସ୍ୟ ନରହିବାରୁ କମଳାକାନ୍ତ ମା’ କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ।

Leave A Reply

Your email address will not be published.