ମା’ ବାପାଙ୍କୁ ହତୁଡିରେ ପିଟି ମାରିଦେଲା ପୁଅ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁଅଟିଏ ପାଇଁ ମା’ ବାପା କେତେ ଯେ କଷ୍ଟ ନ କରନ୍ତି। ପୁଅ ବଡ ହେଲେ ବୁଢା ବୟସରେ ଆଶ୍ରା ହେବ। କିନ୍ତୁ ରକ୍ଷକ ଯଦି ଭକ୍ଷକ ସାଜିଲା ତାହେଲେ କଥା ସରିଲା। ଦୁଇ ଦିନ ତଳେ ଢେ଼ଙ୍କାନାଳ ଅଞ୍ଚଳରେ ଭତ୍ତା ଟଙ୍କା ପାଇଁ ପୁଅ ମା’କୁ ହତ୍ୟା କରିବା ଘଟଣା ସାରା ରାଜ୍ୟରେ ଗଭୀର ଆଲୋଡନ ସୃଷ୍ଟି କରିଥିବା ବେଳେ ଗୁରୁବାର ରାତିରେ ପୁଣି ଅନୁଗୋଳରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଯୁକ୍ତିତର୍କରୁ ମା’ ବାପା ଉଭୟଙ୍କୁ ହତୁଡିରେ ଛେଚି ହତ୍ୟା କରିଛି ପୁଅ।

ଘଟଣା କ୍ରମେ

ଗତକାଲି ରାତିରେ କିଶୋରନଗର ଥାନା ଅଧୀନ ବରପଦର ଗ୍ରାମର ଦୁଖୀଶ୍ୟାମ ବାଘରା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଦୁଖୀଶ୍ୟାମ ସ୍ତ୍ରୀ ଙ୍କୁ ମାରିବାକୁ ଉଦ୍ୟମ କରିବାରୁ ମା’ ବାପା ( ଚମ୍ପା ବାଘରା ଓ କରୁଣା ବାଘରା) ଏ ନେଇ ବାରଣ କରିଥିଲେ। ମାତ୍ର ଏଥିରେ ଦୁଖୀଶ୍ୟାମ ରାଗି ଯାଇ ମାବାପାଙ୍କୁ ହତୁଡିରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

 

Leave A Reply

Your email address will not be published.