ଏଥର ଗଣତନ୍ତ୍ର ଦିବସରେ ଅତିଥି ହେବେ ସାଉଥ ଆଫ୍ରିକା ରାଷ୍ଟ୍ରପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଆମେରିକା ରାଷ୍ଟ୍ରପତି ସିରିଲ୍ ରାମ୍ଫୋସା । ଆର୍ଜେଣ୍ଟିନାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ତାଙ୍କୁ ନିମନ୍ତ୍ରଣ କରିଛନ୍ତି ।

ତେବେ ଚଳିତ ବର୍ଷ ଅତିଥି ଭାବେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଡୋଲାଣ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରାଯାଇଥିଲା ମାତ୍ର ଟ୍ରମ୍ପ ପ୍ରଶାସନିକ ବ୍ୟସ୍ତତା ଦେଖାଇ ଆସିବେ ନାହିଁ କହିଥିଲେ । ଏହାକୁ ନେଇ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ତେବେ ଆର୍ଜେଣ୍ଟିନାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ରାମ୍ଫୋସାଙ୍କୁ ନିମନ୍ତ୍ରଣ କରିଥିବା ବେଳେ ସେ ଏଥିରେ ସମ୍ମତି ଜଣାଇଥିବା ଜଣାପଡିଛି । ଚଳିତ ବର୍ଷ ପ୍ରଥମଥର ପାଇଁ ୧୦ଟି ଦକ୍ଷିଣ-ଏସୀୟ ଦେଶର ମୁଖ୍ୟ ମଧ୍ୟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥାଇଲ୍ଲାଣ୍ଡ, ଭିଏତନାମ୍, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ମିଆଁମାର, କାମ୍ବୋଡିଆ, ଲାଓସ୍ ଏବଂ ବ୍ରୁନେଇ ।

Leave A Reply

Your email address will not be published.