ନିୟମ ଭାଙ୍ଗିଲା ରାଜ୍ୟ କ୍ରୀଡା ବିଭାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନଭେମ୍ବର ୨୮ ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ଏହାର ନିର୍ମାଣ କାର୍ଯ୍ୟ ଓ ଚାଲିଥିବା ପ୍ରସ୍ତୁତି କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଦେଖିଛନ୍ତି ଏବଂ ସନ୍ତୋଷ ବ୍ୟକ୍ତ ମଧ୍ୟ କରିଛନ୍ତି। ନିର୍ମାଣ କାର୍ଯ୍ୟ ଯଥା ସମୟରେ ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ଖୁସିଥିବା ପ୍ରକାଶ କରିଛନ୍ତି।ବିଶ୍ୱକପ ପାଇଁ ୮ ହଜାର ଥିବା ଦର୍ଶକ ଗ୍ୟାଲେରୀ କୁ ୧୫ ହଜାର କୁ ବଢ଼ାଇ ଦିଆଯାଇଛି । ଏଥିପାଇଁ ସରକାର ଓ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦର୍ଶକଙ୍କ ଧନ୍ୟବାଦ ର ପାତ୍ର ହୋଇପାରିଛନ୍ତି ଓ ଏହା ମଧ୍ୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ।

କିନ୍ତୁ ଯେଉଁ ୪ଟି ଦର୍ଶକ ଗ୍ୟାଲେରୀ ନିର୍ମାଣ ଶେଷ ହୋଇଛି ତାହାର ବିଡିଏ ର ପ୍ଲାନ ଆପ୍ରୁଭ ନାହିଁ । ନିର୍ମାଣ କରୁଥିବା ଠିକା ସଂସ୍ଥା ଇଡକୋ , କ୍ରୀଡ଼ା ଓ ଯୁବ ସେବା ବିଭାଗ ଏ ୪ଟି ଗ୍ୟାଲେରୀର ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଡିଏ ର ପ୍ଲାନ ଆପ୍ରୁଭ ହେବା ପରେ କାର୍ଯ୍ୟ ଆରମ୍ଭ କରିବା କଥା ।
ହେଲେ ଏହି ଦୁଇ ବିଭାଗ ଏହି ନିୟମ କୁ ଖାତିର ନ କରି ନିର୍ମାଣ ଶେଷ କରିଛନ୍ତି।

ସରକାରୀ କାମ କରୁଥିବା ଠିକା ସଂସ୍ଥାପଇଁ ସବୁ କିଛି ମାଫ। ସେମାନେ ବି ବେଧଡକ ନିୟମ ର ଉଲଂଘନ କରୁଛନ୍ତି । ଏହା ଇଡକୋ ଦ୍ୱାରା ୧୧/୦୬/୨୦୧୮ ରେ କଳିଙ୍ଗ ଷ୍ଟାଡିୟମ କୁ ଲେଖାଯାଇଥିବା ଏକ ଚିଠି ରୁ ସ୍ପଷ୍ଟ ଭାବରେ ଜଣାଯାଉଛି। ଏହି ଚିଠିରେ ଇଡକୋ ଚିଫ ଜେନେରାଲ ମ୍ୟାନେଜର(ସିଭିଲ) , କ୍ରୀଡ଼ା ଓ ଯୁବ ସେବା ବିଭାଗ କମିଶନର-କମ-ସେକ୍ରେଟାରୀ ଙ୍କୁ ୪ଟି ସେଟ ଡ୍ରଇଂ ରେ ଦସ୍ତଖତ ଓ ସିଲ ପାଇଁ ଅନୁରୋଧ କରିଛନ୍ତି ଯାହାଦ୍ୱାରା ଇଡକୋ ଏହାକୁ ବିଡିଏ ପାଖକୁ ପ୍ଲାନ ଆପ୍ରୁଭ ପାଇଁ ଆବେଦନ କରିପାରିବ । କାମ ପୂର୍ବରୁ ଯାହା କରିବାକଥା ତାହା କାମ ସରିଆସିଲା ବେଳେ କରା ଯାଉଥିବାରୁ ରାଜଧାନୀ ବାସୀ ଏହାକୁ ସରକାରୀ ନିୟମର ଖୁଲ୍ଲମ ଖୁଲ୍ଲା ଉଲଂଘନ ବୋଲି ଚର୍ଚ୍ଚା କରୁଛନ୍ତି।

ହଁ ଆଜ୍ଞା, ଏହା ସତ । ଯଦି ଜଣେ ସାଧାରଣ ଲୋକ ନିଜ ମୁଣ୍ଡ ଗୁଞ୍ଜିବା ପାଇଁ ଦୁଇ ବଖରା ଘର କରିବାକୁ ଚାହେଁ ତେବେ ତାକୁ ଘର ତିଆରି ପୂର୍ବରୁ ବିଡିଏ ପାଖରୁ ପ୍ଲାନ ଆପ୍ରୁଭ କରିବାକୁ ପଡେ। ମାତ୍ର କଳିଙ୍ଗ ଷ୍ଟାଡିୟମ ରେ ତିଆରି ହେଉଥିବା ବିଶ୍ୱସ୍ତରୀୟ ହକି ଖେଳ ପାଇଁ ଷ୍ଟାଡିୟମ ର ସମସ୍ତ କାମ ଶେଷ ହୋଇସାରିଛି । ମାତ୍ର ଏହାର ଦାୟିତ୍ୱ ନେଇଥିବା ଇଡ଼କୋ ନା ଖେଳ ବିଭାଗ କେହିମଧ୍ୟ ଏ ପର୍ଯ୍ୟନ୍ତ ବିଡିଏ ପାଖରେ କୌଣସି ପ୍ଲାନ ଆପ୍ରୁଭ ପାଇଁ ଆବେଦନ କରିନାହାନ୍ତି ।

Leave A Reply

Your email address will not be published.