ଆସନ୍ତାକାଲି ବାହୁଡ଼ା; ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡିବେ ଶ୍ରୀଜିଉ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା । ଜନ୍ନବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତାକାଲି ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ହେବ । ଏହାପରେ ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଓ ରୋଷ ହୋମ ନୀତି ଅନୁଷ୍ଠିତ ହେବ । ଭୋର ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟ ପୂଜା ଏବଂ ୫ଟା ୩୦ରେ ଦ୍ୱାରପାଳ ପୂଜା ସହ ବେଶ ସମାପନ ହେବ । ସକାଳ ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ବା ଖେଚୁଡ଼ି ଭୋଗ ଲାଗି ହେବ । ତା ପରେ ସେନାପଟା ଲାଗି ସକାଳ ୭ରୁ ୭ଟା ୩୦ ମଧ୍ୟରେ କରାଯିବ । ୭ଟା ୪୫ରେ ମଙ୍ଗଳାର୍ପଣ ପରେ ୮ଟାରୁ ଆରମ୍ଭ ହେବ ବାହୁଡ଼ା ପହଣ୍ଡି । ସକାଳ ୧୦ଟା ଯାଏ ପହଣ୍ଡି ଚାଲିବା ସହ ବେଶ ଶେଷ ହେବ । ୧୦ଟା ୩୦ରୁ ୧୧ଟା ୩୦ ଭିତରେ ଛେରା ପହଁରା କରାଯିବ । ୧୧ଟାରୁ ଚାରମାଳ ଫିଟିବା ସହ ଘୋଡ଼ା ଯୋଖାଯିବ । ଏହାପରେ ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି। ସେପଟେ ଆଜି ଗୁଣ୍ଡିଚାମନ୍ଦିରରେ ମହାପ୍ରଭୁଙ୍କ ଶେଷ ଦର୍ଶନ । ଆଜି ସନ୍ଧ୍ୟା ଦର୍ଶନ ସହ ଶ୍ରଦ୍ଧାଳୁଙ୍କୁ ମିଳିବ ଶେଷ ଆଡ଼ପ ଅବଢ଼ା ।

Leave A Reply

Your email address will not be published.