ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଅଭିନେତା,ଅଭିନେତ୍ରୀ ଓ ନେତା ଙ୍କ ସୁଅ ଛୁଟିଥିଲା ଲୋଖଣ୍ଡଵଲା ଶ୍ରୀଦେବୀ ଙ୍କ ବାସଭବନ କୁ। ମର୍ମାହତ ବଲିଉଡ ର ତାରକା ଓ ମୁମ୍ବାଇବାସୀ ଙ୍କ ଭିଡ ରାତିସାରା ଲାଗିରହିବ ବୋଲି ଜଣା ପଡିଛି। ଜନଗହଳି କୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ଅଛନ୍ତି।
ଦୁବାଇ ସମୟ ଅପରାହ୍ନ ୫ଟାରେ ସ୍ୱତନ୍ତ୍ର ଜେଟ୍ ବିମାନରେ ପରିବାର ଲୋକେ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଧରି ବିଳମ୍ବିତ ସଂଧ୍ୟାରେ ମୁମ୍ବାଇରେ ପହଞ୍ଚିଛନ୍ତି। ସାଙ୍ଗରେ ସ୍ୱାମୀ ବୋନି କପୁର ମଧ୍ୟ ଥିଲେ। ଏବଂ ସେଠାରେ ଦିଅର ଅନୀଲ କପୁର, ଝିଆରୀ ସୋନମ୍, ଶିଳ୍ପପତି ଅନୀଲ ଅମ୍ବାନୀ ପ୍ରମୁଖ ପାର୍ଥିବ ଶରୀର ଗ୍ରହଣ କରି ନିଜ ବାସଭବନକୁ ନେଇଛନ୍ତି।
ଶ୍ରୀଦେବୀଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ଅସମ୍ଭବ ଭିଡ଼ ହୋଇଛି ।
କପୁର ପରିବାରର ସୂଚନା ଅନୁଯାୟୀ, ମୁମ୍ବାଇବାସୀ ଙ୍କ ପାଇଁ ଅନ୍ତିମ ଦର୍ଶନ ପାଇଁ ଆସନ୍ତାକାଲି ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଅନ୍ଧେରୀ ୱେଷ୍ଟସ୍ଥିତ ଲଖଣ୍ଡୱାଲ୍ କମ୍ପ୍ଲେକ୍ସର ସେଲିବ୍ରେସନ୍ ସ୍ପୋର୍ଟସ୍ କ୍ଲବ୍ ରେ ରଖାଯିବ । ସକାଳ ୯.୩୦ ମିନିଟ୍ ରୁ ୧୨.୩୦ ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ଦର୍ଶନ ହେବ । ଅପରାହ୍ନ ୨ଟାରେ ସେଠାରୁ ଶବ ଶୋଭାଯାତ୍ରା ବାହାରି ଭିଲେ ପାର୍ଲେ ସମାଜ କ୍ରିମୋଟୋରିୟମ୍ ଯିବ। ଅପରାହ୍ନ ୩.୩୦ ରେ ହିନ୍ଦୁ ରୀତିନୀତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।