ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କରାଯାଉଥିବା ଭୁଲ ଦାବି ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ହର୍ଷ ବର୍ଦ୍ଧନ ଟ୍ୱିଟ୍ କରି କହିଛନ୍ତି ଯେ, ‘ସୁଶାନ୍ତ ମାମଲାରେ ମୋର ବ୍ୟକ୍ତିଗତ ଧାରଣା ରହିଥିବାକୁ ନେଇ ଗଣମାଧ୍ୟମର ଗୋଟିଏ ଭାଗ ଖବର ଦେଖାଉଛି। ବିନା କୌଣସି ପ୍ରମାଣ ଆଧାରରେ ପରିବେଷଣ କରାଯାଉଥିବା ଏହା ଏକ ସମ୍ପୂର୍ଣ୍ଣ ମିଥ୍ୟା ଖବର। ଏହି ମାମଲାକୁ ନେଇ ମୁଁ କୌଣସି ଅଧିକାରୀଙ୍କ ସହ ଆଲୋଚନା କରିନାହିଁ କି ଏସମ୍ବନ୍ଧରେ ପରୀକ୍ଷା କରିବାକୁ କାହାକୁ କହିନାହିଁ। ତେଣୁ ଏପରି ବୟାନ ଉପରେ ବିଶ୍ୱାସ କରନ୍ତୁ ନାହିଁ।’
ଏସବୁ ମଧ୍ୟରେ ଏମ୍ସର ଫରେନସିକ୍ ବିଭାଗର ମୁଖ୍ୟ ସୁଧୀର ଗୁପ୍ତା କହିଥିଲେ ଯେ, ଏହି ମାମଲାରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବା ଖୁବ୍ କଷ୍ଟଦାୟକ। ମିଳିଥିବା ପ୍ରମାଣରୁ ତାଙ୍କ ଟିମ୍ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲା ତାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି।
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଆଉ ଏକ ଫରେନସିକ ଯାଞ୍ଚ ହେବା ଦରକାର ବୋଲି ସୁଧୀର ଗୁପ୍ତା କହିଛନ୍ତି।

Sikhsya
Barta

Leave A Reply

Your email address will not be published.