ଭାଙ୍ଗିଲା ମଞ୍ଚ ପଡ଼ିଲେ କେନ୍ଦ୍ରମନ୍ତ୍ରୀ

0

(ଓଡ଼ିଶା ଫାଷ୍ଟ) ବ୍ୟୁରୋ : ଗାଇସିଲଟ ବ୍ଲକର ଜଗଲାପାଟ ଗ୍ରାମରେ ନିର୍ବାଚନୀ ସଭାରେ ବିଜେପି କର୍ମୀଙ୍କ ଠାରୁ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ ଅଭିବାଦନ ଗ୍ରହଣ କରୁଥିବା ବେଳେ ହଠାତ ସଭାମଞ୍ଚ ଭାଙ୍ଗିଯାଇଥିଲା । ଫଳରେ ମଞ୍ଚରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ପଡିଯାଇଥିଲେ ମଧ୍ୟ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ସମୟରେ ମଞ୍ଚ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସୁରେଶ ପୂଜାରୀ ଉପସ୍ଥିତ ଥିଲେ । ରାମକ୍ରିପାଲଙ୍କ ସହ ବିଜେପିର ଅନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

ଆଜି ବିଜେପୁରରେ ଅଶୋକ ପାଣିଗ୍ରାହୀଙ୍କ ପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷି ରାଷ୍ଟ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ତେବେ ମଞ୍ଚ ଦବିଯିବା ପରେ ସଙ୍ଗେ ସଙ୍ଗେ ଏହାର ମରାମତି କରାଯାଇ ପୁର୍ନବାର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହା ପୂର୍ବରୁ ଗାଈସିଲଟର ଅନ୍ୟ ଏକ ଅଞ୍ଚଳରେ ନିର୍ବାଚନୀ ସଭାରେ ଯୋଗ ଦେଇ ନବୀନ ସରକାରଙ୍କ ଉପରେ ବର୍ଷିବା ସହିତ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ହୋଇଥିବା ଚପଲ ମାଡ ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ରାମକ୍ରିପାଲ ।

Sikshaya
Leave A Reply

Your email address will not be published.