ପାଟକୁରା ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ପାଇଁ ଭୋଟଗ୍ରହଣକୁ ଆଉ ମାତ୍ର ୯ ଦିନ ବାକି ଥିବା ବେଳେ ପ୍ରଚାର ଦାୟିତ୍ୱରେ ଅଛନ୍ତି ରାଜ୍ୟସ୍ତରୀୟ ବିଜେଡି ନେତା । ତେବେ ନିର୍ବାଚନ ପାଇଁ ଆଜି ବିଜେଡି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣ ସଦସ୍ୟ ଅଛନ୍ତି । ଏହି ତାଲିକାରେ ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ଶଶି ବେହେରା, ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ପ୍ରଦୀପ ପାଣିଗ୍ରାହୀ, ସଂଜୟ ଦାସବର୍ମା, ଅରୁଣ ସାହୁ, ପ୍ରଣବ ଦାଶ, ସମୀର ଦାଶ, ଅନୁଭବ ମହାନ୍ତି, ଅନନ୍ତ ଜେନା, ଚନ୍ଦ୍ରସାରଥି ବେହେରା, ସୁଶାନ୍ତ ସିଂ ଅଛନ୍ତି ।

ସେହିପରି ପ୍ରଣବ ବଳବନ୍ତରାୟ, ରଘୁନନ୍ଦନ ଦାସ, ରାଜେନ୍ଦ୍ର ସାହୁ, ସାରଦା ନାୟକ, ଅରବିନ୍ଦ ଢାଲି, ଉମା ସାମନ୍ତରାୟ, ବ୍ୟୋମକେଶ ରାୟ, ବ୍ରଜ ପ୍ରଧାନ, ଅଶୋକ ବଳ, ଦେବୀ ତ୍ରିପାଠୀ, ବିକ୍ରମ ପଣ୍ଡା, ସୁଧୀର ସାମଲ, ସାମିଲ, ଲତିକା ପ୍ରଧାନ, ସୌଭିକ ବିଶ୍ୱାଳ, ଆୟୁବ ଖାନ୍, ମୁନା ଖାଁ, ସୁବାସ ସିଂ ଓ ମୀନତି ବେହେରା ଏହି ତାଲିକାରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.