ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ, ୫ ଲକ୍ଷ ଭୋଟର ବୃଦ୍ଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ତାଲିକା ସଂଶୋଧନ କରାଯିବା ପରେ ୫ ଲକ୍ଷ ୩୯ ହଜାର ୪୫୪ ଭୋଟର ସଂଖ୍ୟା ବୃଦ୍ଧି ପାଇଛି ।

ତାଲିକା ସଂଶୋଧନ ପୂର୍ବରୁ ଭୋଟର ସଂଖ୍ୟା ୩,୧୨,୫୨ ୩୩୩ ଥିବା ବେଳେ ଏବେ ଏହି ସଂଖ୍ୟା ୩ କୋଟି ୧୮ ଲକ୍ଷ ୭୮୭ ରହିଛି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ୧୧ଲକ୍ଷ ୯୮ହଜାର ୮୧୯ ଏହି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୬ଲକ୍ଷ ୫୦ ହଜାର ୩୬୫ ଭୋଟର ଭିଭିନ୍ନ କାରଣରୁ ବାଦ୍‌ ପଡ଼ିଛନ୍ତି । ଭୋଟରଙ୍କ ସହାୟତା ପାଇଁ ଟୋଲ ଫ୍ରି ନଂ ୧୯୫୦ ଜାରି କରାଯାଇଛି । କୌଣସି ଅଭିଯୋଗ ଥିଲେ ଭୋଟରମାନେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ । ଏହାସହ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୋଟର ସହାୟତା କେନ୍ଦ୍ର ହେବା ନେଇ ମଧ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ, ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ପାଇଁ ୪ ଜାନୁଆରୀକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ପରେ ଏହି ତାରିଖ ବଦଳାଯାଇ ୨୧ ଜାନୁଆରୀ ରଖାଯାଇଥିଲା ।

Leave A Reply

Your email address will not be published.