ପାର୍ବଣ ଋତୁରେ କୋଭିଡ୍‌ ନିୟମାବଳୀର କଡ଼ାକଡ଼ି ପାଳନ ପାଇଁ ନିର୍ଦେଶ ଜାରି କଲେ ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପାର୍ବଣ ଋତୁ ଚାଲିଥିବାବେଳେ ପୁଣି କରୋନା ସଂକ୍ରମଣ ବଢିବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି । ଏବେ ୟୁରୋପରେ ଓ ଓନାମ ପର୍ବ ପରେ କେରଳରେ କରୋନାର ୨ୟ ଲହରୀ ଆସିଥିବାରୁ ପାର୍ବଣ ଋତୁରେ ସତର୍କ ନ ରହିଲେ ଓଡ଼ିଶାରେ ବି କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି ।ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଏବଂ ଭୁବନେଶ୍ୱର-କଟକ କମିସନରେଟ ପୁଲିସ ଓ ସବୁ ମହାନଗର ନିଗମର କମିସନରମାନଙ୍କୁ କରୋନା ଗାଇଡଲାଇନକୁ କଡ଼ାକଡ଼ି ଲାଗୁ କରିବା ସହିତ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି ।

ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ.ମହାପାତ୍ରଙ୍କ ପକ୍ଷରୁ ଏକ ପତ୍ର ଲେଖି ଏହି ନିର୍ଦେଶ ଜାରି କରାଯାଇଛି । ଏହି ପତ୍ରରେ କୁହାଯାଇଛି ଯେ ଚଳିତ ପାର୍ବଣ ଋତୁ ଓ ଅନଲକ ପାଇଁ ଆମକୁ ସତର୍କ ରହିବାକୁ ହେବ । ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ପାର୍ବଣ ଋତୁରେ ଅଧିକ ସତର୍କ ରହିବା ସହ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଟିକା ଆସିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.