ପ୍ରିନ୍ସପାଲଙ୍କୁ ଧମକ ଦେଲେ କ୍ରୀଡାମନ୍ତ୍ରୀ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା କାକଟପୁର ମଙ୍ଗଳା ମହାବିଦ୍ୟାଳୟ ପ୍ରିନ୍ସିପାଲଙ୍କୁ ଧମକ ଦେଇଥିବା ଘଟଣାକୁ ନେଇ ଘନେଇବାରେ ଲାଗିଛି ବିବାଦ । କାକଟପୁର ମଙ୍ଗଳା ମହାବିଦ୍ୟାଳୟ ପ୍ରିନ୍ସିପାଲ କାଳିଚରଣ ପଟ୍ଟନାୟକ ଏନେଇ ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି । ଏହି ଧମକ ଘଟଣାକୁ ନେଇ ଶ୍ରୀ ବେହେରାଙ୍କ ମନ୍ତ୍ରୀମଣ୍ଡଳରୁ ବହିସ୍କାର ଦାବି କରିଛି କଂଗ୍ରେସ ।

ସୂଚନା ଅନୁଯାୟୀ, ଜଣେ ମହିଳାଙ୍କୁ ମଙ୍ଗଳା ମହାବିଦ୍ୟାଳୟରେ ନିଯୁକ୍ତି ଦେବା ପାଇଁ ଅସ୍ତରଙ୍ଗ ବ୍ଲକ ଅଧକ୍ଷ ସ୍ୱାଧିନ ନାୟକ କ୍ରମାଗତ ଭାବେ ଚାପ ପକାଇ ଆସୁଥିଲେ । ମାତ୍ର ବେଆଇନ କାର୍ଯ୍ୟ ନକରିବାକୁ ପ୍ରିନ୍ସିପାଲ ସିଧାସଳକ କହି ଦେଇଥିଲେ । ଗତ ଅଗଷ୍ଟ ୨୬ ତାରିଖରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ବେହେରା ତାଙ୍କୁ ଅସ୍ତରଙ୍ଗ ବ୍ଲକ ଅଧକ୍ଷଙ୍କୁ ଭେଟିବାକୁ କହିଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଲେଜ ପ୍ରିନ୍ସିପାଲ ବ୍ଲକ ଅଧକ୍ଷ ସ୍ୱାଧିନ ନାୟକଙ୍କକୁ ଭେଟିଥିଲେ । ଭେଟିବା ସମୟରେ ସମ୍ପୃକ୍ତ ମହିଳାଙ୍କୁ କଲେଜରେ ଚାକିରି ଦେବାପାଇଁ ବ୍ଲକ ଅଧକ୍ଷ ପ୍ରିନ୍ସିପାଲଙ୍କ ଉପରେ ଚାପ ପକାଇଥିଲେ । ତାଙ୍କର ଚାକିରି କାଳ ଆଉ ମାତ୍ର ୪ମାସ ଥିବାରୁ ସେ କୈାଣସି ବେଆଇନ କାର୍ଯ୍ୟ କରିବେ ନାହିଁ ବୋଲି କଲେଜ ପ୍ରିନ୍ସିପାଲ କହିଥିଲେ । ଫଳରେ ବ୍ଲକ ଅଧକ୍ଷ ହଠାତ ରାଗିଯାଇ ର୍ପ୍ରିନ୍ସିପାଲଙ୍କୁ ଧମକ ଦେବା ସହ ମନ୍ତ୍ରୀଙ୍କୁ କହି ତୁମ ପେନସନ ବନ୍ଦ କରିଦିଆଯିବ ବୋଲି ଧମକ ଦଦେଇଥିଲେ । ଏ ସମ୍ପର୍କରେ କଲେକ ପ୍ରିନ୍ସିପାଲ କାଳିଚରଣ ପଟ୍ଟନାୟକ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ ।

ଏହାକୁ ନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ପୋଲିସ ଏହି ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କରୁଛି । ମାତ୍ର ଏହା ପ୍ରଚାର ହେବା ପରେ ପୋଲିସ ମାମଲା ରୁଜୁ କରିଛି ସତ ହେଲେ ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରୁଛି । ଅପରପକ୍ଷରେ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ମନ୍ତ୍ରୀ ବେହେରାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିବାକୁ କଂଗ୍ରେସ ଦାବି କରିଛି ।

Leave A Reply

Your email address will not be published.