କଂଗ୍ରେସର ୬ଘଣ୍ଟିଆ ଚକ ବନ୍ଦ ଡାକରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇ ଚାଲିଥିବା ତୈଳଦର କୁ ବିଜେଡି କେନ୍ଦ୍ରସରକାର ଙ୍କ ବିରୋଧରେ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଥିବାବେଳେ କଂଗ୍ରେସ ବା ଏଥିରୁ କିପରି ବାଦ ପଡ଼ିଥାନ୍ତା। ସେ ମଧ୍ୟ ଏହି ତୈଳଦର ଉଷ୍ମତା ରେ ନିଜ ହାତ ସେକିବାକୁ କମର କଷିଛି। ତୈଳଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟାର୍ଗେଟ କରିବା ସହିତ ଆସନ୍ତା କାଲି ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ଭୁବନେଶ୍ବର-କଟକ ଚକ ବନ୍ଦ ର ଆହ୍ୱାନ ଦେଇଛନ୍ତି ।

ନିରଞ୍ଜନ ୨୦୧୯ ନିର୍ବାଚନ କୁ ଦୃଷ୍ଟିରେ ରଖି ମହାନଦୀ ପ୍ରସଙ୍ଗ କୁ ମଧ୍ୟ ହାତଛଡା କରିବାକୁ ଚାହୁଁ ନାହାନ୍ତି । ତାଙ୍କ କହିବା ଅନୁସାରେ ଓଡ଼ିଶା ସରକାର ୨୦୧୫ ମସିହାରୁ କାହିଁକି ଚୁପ ବସିଥିଲା? ନୂତନ ବନ୍ଧ କାହିଁକି ତିଆରି କଲାନି? ୨୯ଟି ଶିଳ୍ପସଂସ୍ଥା ଓଡ଼ିଶା ଆସିଥିଲେ ମାତ୍ର ସରକାର ଙ୍କ ସହଯୋଗ ନପାଇ ଫେରି ଚାଲିଗଲା ପରେ କ’ଣ ରାଜ୍ୟ ସରକାର ଙ୍କ ନିଦ ଭାଙ୍ଗିଛି? ନା ୨୦୧୯ ନିର୍ବାଚନ କୁ ଆଖିଆଗରେ ରଖି କୁମ୍ଭୀର କାନ୍ଦଣା କାନ୍ଦୁଛି? ମହାନଦୀ ପ୍ରସଙ୍ଗରେ ମଧ୍ୟ କଂଗ୍ରେସ ଖୁବଶୀଘ୍ର ଓଡିଶା ବନ୍ଦ ଡାକରା ଦେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.