ବଢ଼ିବାରେ ଲାଗିଛି କଂଗ୍ରେସର ଗୋଷ୍ଠୀ କନ୍ଦଳ : ଯୁବ କଂଗ୍ରେସର ପୂର୍ବତନ ସଭାପତି ଇତିଶ ପ୍ରଧାନଙ୍କୁ ଆକ୍ରମଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ତଥା କଂଗ୍ରେସରୁ ଦଳରୁ ବହିସ୍କୃତ ଇତିଶ ପ୍ରଧାନ ଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ସେ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଠାରେ ତୈଳ ଦର ବୃଦ୍ଧି ନେଇ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଉଥିଲା। ଏହି ସମୟରେ ଅନ୍ୟ ରାଜନୈତିକ ଦଳର କିଛି କର୍ମୀ ସେଠାକୁ ଆସିଥିଲେ। କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଇତିଶ ପ୍ରଧାନ ସେଠାରେ ଉପସ୍ଥିତ ଥିଲେ। ଏହି ବଚସା କୁ ନେଇ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.