ଛାତ୍ରୀଛାତ୍ରଙ୍କୁ ସ୍କୁଲ ଯିବା ଆସିବା ଖର୍ଚ୍ଚ ଯୋଗାଇବେ ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲରେ ଶତ ପ୍ରତିଶତ ଉପସ୍ଥାନ ଆଣିବା ଲକ୍ଷ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ଯୋଗାଇବେ ରାଜ୍ୟ ସରକାର । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁର୍ଗମ ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ ପାଇଁ ୧ କିମି  ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୩ କିମି ପର୍ଯ୍ୟନ୍ତ ଚାଲି ଚାଲି ଯାଉଥିବା ପିଲାମାନଙ୍କୁ ପରିବହନ ବାବଦ ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ । ଏହାସହିତ କୋୖଣସି ଜନବସତିଠାରୁ ପ୍ରାଥମିକ ବିଦ୍ୟାଳୟର ଏକ କିଲୋମିଟର ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩ କିଲୋମିଟର ଦୂରରେ ଥିଲେ, ସେହିସବୁ ସ୍ଥାନଗୁଡ଼ିକରେ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସୁବିଧା ପାଇପାରିବେ ବୋଲି ଉକ୍ତ ବିଜ୍ଞିପ୍ତିରେ ଉଲ୍ଲେଖ ରହିଛି । ଛାତ୍ରାଛାତ୍ରୀଙ୍କ ଉପସ୍ଥାନ ହାର ଓ ସ୍କୁଲର କାର୍ଯ୍ୟଦିବସକୁ ହିସାବ କରି ଏହି ଅର୍ଥ ପ୍ରଦାନ କରାଯିବ । ସ୍କୁଲରେ ଯେଉଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୭୫% କିମ୍ବା ତଦୁର୍ଦ୍ଧ ରହିଥିବ ସେହି ପିଲାମାନଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ । ଏହି ଟଙ୍କା ନଗଦ ଆକାରରେ ଟଙ୍କା ପ୍ରଦାନ କରା ନଯାଇ ଡିବିଟି ଜରିଆରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.