୯୦ ଛାତ୍ରଛାତ୍ରୀ ପିକ୍‌ନିକ୍‌ରୁ ଫେରି ଅସୁସ୍ଥ

0

କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୪୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ୯୦ରୁ ଅଧିକ ଛାତ୍ରଛାତୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅଖାଦ୍ୟ ଯୋଗୁ ଏଭଳି ସ୍ଥିତି ଉପୁଜି ଥିବା ଡାକ୍ତର କହିଛନ୍ତି ।ଅସୁସ୍ଥଙ୍କ ମଧ୍ୟରୁ ମାଧପୁର ଓ ଆଠଗଡ଼ ମେଡିକାଲରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି । ଖୁଣ୍ଟୁଣି ଆଖପାଖର ୭୦ରୁ ଅଧିକ ପିଲାଙ୍କୁ ଖୁଣ୍ଟୁଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । କିଛି ପିଲାଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପରିଦର୍ଶନ ପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.