ପରକ୍ରିୟା ପ୍ରିତିର କରୁଣ ପରିଣତି

0

 

ପରକ୍ରିୟା ପ୍ରିତିର କରୁଣ ପରିଣତି

ଓଡିଶା ଫାଷ୍ଟ(ବ୍ୟୁରୋ):ପ୍ରେମିକା ଚୂନୀରେ ଜୀବନ ହାରିଲେ ପ୍ରେମିକ। ସାମାନ୍ୟ କଥା କଟାକଟିକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି ସୋମବାର ସନ୍ଧ୍ୟାରେ ଖଣ୍ଡଗିରି ଥାନା ଜୟଦେବ ବାଟିକା ଭିତରେ । ପାର୍କରେ ଡ୍ୟୁଟି କରୁଥିବା କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଖଣ୍ଡଗିରି ଥାନାକୁ ଖବର ଦେଇଥିଲେ । ଖଣ୍ଡଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରେମିକର ମୃତଦେହକୁ ଜବତ କରିବା ସହ ପ୍ରେମିକାକୁ ମହିଳା ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ମୃତ ପ୍ରେମିକ ବାଲେଶ୍ୱର ଜିଲ୍ଲାର ଶଶିକାନ୍ତ ପଣ୍ଡା(୩୦) ଭୁବନେଶ୍ୱର ବରମୁଣ୍ଡା ହାଉସିଂବୋର୍ଡରେ ଭଡାରେ ରହୁଥିଲେ । ଶଶିକାନ୍ତ ବରମୁଣ୍ଡରେ ଥିବା ଏକ୍ସିସ୍‍ ବ୍ୟାଙ୍କର ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ସେହି ବ୍ୟାଙ୍କରେ ଅନୁଗୋଳ ଜିଲ୍ଲା ବଅଁରପାଳର ସୁରେସ୍ମିତା ମଧୁସ୍ମିତା(୨୪) ସିକ୍ୟୁରିଟିଗାର୍ଡ ଭାବେ କାର୍ଯ୍ୟ କରନ୍ତି । ଦୁଇ ବର୍ଷ ଧରି ମଧୁସ୍ମିତା ଓ ଶଶିକାନ୍ତଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ ।

ଗତ କିଛି ଦିନ ହେବ ମଧୁସ୍ମିତା ଜାଣିବାକୁ ପାଇଥିଲେ ଯେ, ଶଶିକାନ୍ତ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ଏହିସବୁ ଘଟଣା ଜାଣିବା ପରେ ସେ ତାଙ୍କଠାରୁ ଦୂରେଇ ରହିବାକୁ ଉଦ୍ୟମ କରିଥିଲେ । ହେଲେ ଶଶିକାନ୍ତ ତାଙ୍କୁ ଛାଡିବାକୁ ରାଜିନଥିଲେ ।

ସୋମବାର ଦିନ ବ୍ୟାଙ୍କ ଛୁଟି ଥିବାରୁ ମଧୁସ୍ମିତାଙ୍କୁ ଶଶିକାନ୍ତ ଜୟଦେବ ବାଟିକାକୁ ଦିନ ୪ଟା ସମୟରେ ବୁଲାଇବା ବାହାନାରେ ନେଇଥିଲେ । ଦୁହେଁ କିଛି ସମୟ ପ୍ରେମାଳପ କରିବା ପରେ ପ୍ରେମିକ ଶଶିକାନ୍ତ ପ୍ରେମିକାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚାହିଥିଲେ । ଏହାକୁ ମଧୁସ୍ମିତା ବିରୋଧ କରିବାରୁ ଦୁହିଁଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା । ମୁଁ ତୁମ ସମ୍ମୁଖରେ ଜୀବନ ହାରିଦେବି ବୋଲି ପ୍ରେମିକ ଜଣଙ୍କ ଧମକ ଦେଇଥିଲେ ମଧ୍ୟ ପ୍ରେମିକା କହିଥିଲେ ତୁମର ଇଛା ଯାହା କରିବା କଥା କର । ଏଥିରେ ଉତ୍‍କ୍ଷିପ୍ତ ହୋଇ ପ୍ରେମିକ ଜଣଙ୍କ ପ୍ରେମିକାଙ୍କ ଚୂନୀକୁ ନେଇ ବେକରେ ବାନ୍ଧି ଗଛରେ ଝୁଲିପଡିଥିଲେ । ମଧୁସ୍ମିତା ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବପର ହୋଇନଥିଲା । ମଧୁସ୍ମିତା ଚିତ୍କାର କରିବାରୁ ପାର୍କର କର୍ମଚାରୀମାନେ ଦୌଡି ଆସି ଓଢ଼ଣି କାଟି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା ।

ଏନେଇ କର୍ମଚାରୀମାନେ ଖଣ୍ଡଗିରି ଥାନାକୁ ଫୋନ କରି ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶଶିକାନ୍ତଙ୍କ ଶବକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ପ୍ରେମିକାକୁ ପୁଲିସ ଭୁବନେଶ୍ୱରର ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି । ପୁଲିସ ମୃତ ଶିଶିକାନ୍ତଙ୍କ ପରିବାର ଲୋକଙ୍କୁ ଜଣାଇଦେଇଥିବା ଜଣାପଡିଛି । ମଙ୍ଗଳବାର ଦିନ ମୃତ ଶଶିକାନ୍ତ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ପୁଲିସ କହିଛି ।

 

Sikshaya
Leave A Reply

Your email address will not be published.