ମାମୁଁଘରେ ଆତ୍ମହତ୍ୟା କଲା ଭାଣିଜୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଟ୍ରିକ ପରୀକ୍ଷାରେ ବିଫଳତା ପରେ ମାମୁଁଘରେ ଭାଣିଜୀ କଲା ଆତ୍ମହତ୍ୟା । ଏଭଳି ଏକ ଦୁଃଖଦ ଘଟଣା ରାଉରକେଲା ରେ ଘଟିଯାଇଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ନିରୂପମା ମହାନ୍ତି(୧୬) ଏବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ ମାତ୍ର ସେଥିରେ ସେ କୃତକାର୍ଯ୍ୟ ହୋଇପାରି ନଥିଲେ । ସେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାପରେ ରାଉରକେଲା ପାୱାର ହାଉସ ରୋଡ୍‌ ଅନ୍ତର୍ଗତ ପଣ୍ଡା କଲୋନୀରେ ରହୁଥିବା ମାମୁଁ ଘରକୁ ଚାଲି ଆସିଥିଲେ । କିଛି ଦିନ ତଳେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ବାହାରିଥିଲା । ଏଥିରେ ବି ସେ ଫେଲ୍‌ ହୋଇଥିଲେ । ଏହା ଜାଣିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ଆଜି ଘରେ ମାମୁଁ ଓ ମାଇଁ ନଥିବାର ସୁଯୋଗ ନେଇ ନିରୂପମା ଭିତରୁ କବାଟ ବନ୍ଦ କରି ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.