ଓଡିଶା ଫାଷ୍ଟ(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ବେକରେ ଶାଢ଼ୀ ଦେଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ମହିଳା ଜଣକ ନିରକାପୁର ର ରଜନୀ ଦାସ ବୋଲି ଜଣାପଡିଛି। ବାରମ୍ବାର ଅଭିଯୋଗ କରିବା ସତ୍ୱେ ତାଙ୍କ ଗୁହାରିକୁ କେହି କର୍ଣପାତ ନକରିବାରୁ ସେ ଅତିଷ୍ଠ ହୋଇ ଏପରି ଚରମ ପଦକ୍ଷପ ନେଇଥିବା ଜଣାପଡିଛି। ପୋଲିସ ମହିଳାଙ୍କୁ ଉଦ୍ଧାର କରି କ୍ୟାପିଟାଲ ଥାନା କୁ ନେଇଛି ।
