ସୁନାବେଶରେ ଝଟକୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଚତୁର୍ଦ୍ଧାମୂର୍ତ୍ତି ମହଣ ମହଣ ସୁନାରେ ସଜେଇ ହୋଇ ଦର୍ଶନ ଦେଉଛନ୍ତି ଭକ୍ତଗଣଙ୍କୁ । କଥାରେ ଅଛି ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ପ୍ରାପ୍ତ ହୁଏ ।

ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା ଓ ରୁପା ଅଳଙ୍କାର ବାହାର କରାଯାଉଛି । ୨ଶହ କେଜି ସୁନାରେ ସଜେଇ ହୋଇଥିବା ଭଗବାନଙ୍କୁ ଦେଖିବାକୁ ଶ୍ରୀମନ୍ଦିର ଆଗରେ ଲାଗିଛି ଭକ୍ତଙ୍କ ଭିଡ ।

କଡ଼ା ସୁରକ୍ଷା ଭିତରେ ତିନିଠାକୁର ଶ୍ରୀଭୁଜ, ଶ୍ରୀପୟର ସହିତ ବଡ଼ତଢ଼ାଉ ନାମକ କଣ୍ଠମାଳା, ରତ୍ନପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମକୁଟ, ପଦ ପଲ୍ଲବ, ମୁଦି, କଣ୍ଠି ମାଳ, ମର୍କତ ଯାଉଁଳି, ବଳା, ବାହୁଟି, କାନ୍ତ, ଜରକବର ଓ କଟି ମେଖଳା ଆଦି ୧୩୮ପ୍ରକାରର ରତ୍ନ ଅଳଙ୍କାରେ ଶ୍ରୀଜୀଉଙ୍କୁ ସୁସଜ୍ଜିତ କରାଯାଇଛି ।

ଶ୍ରୀଜୀଉଙ୍କୁ ସୁନାବେଶରେ ଦର୍ଶନ କରିବାକୁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ।

ସୂଚନା ଅନୁଯାୟୀ, ବର୍ଷରେ ୪ଥରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ । ତତମଧ୍ୟରୁ ମନ୍ଦିର ଭିତରେ ୩ ଥର ଏବଂ ଥରେ ମନ୍ଦିର ବାହାରେ । ଯାହାକି ବାହୁଡ଼ା ଯାତ୍ରାର ପରଦିନ ବଡ଼ଦାଣ୍ଡରେ ଅନୁଷ୍ଠିତ ହୋଇଥାଏ ।

Leave A Reply

Your email address will not be published.