ସୁନ୍ଦରଗଡର ୩୭ କୋଭିଡ ଯୋଦ୍ଧାଙ୍କୁ କରୋନା: ୩୫ ଜଣ ପୁଲିସ କର୍ମଚାରୀ ସାମିଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁନ୍ଦରଗଡରେ କରୋନା ସ୍ଥିତି ସଂଗୀନ ହୋଇପଡିଛି । ଆଜି ସୁନ୍ଦରଗଡରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଜଣ କରୋନା ଯୋଦ୍ଧା ଅଛନ୍ତି । ୩୭ ଜଣଙ୍କ ମଧ୍ୟରୁ ୩୫ ଜଣ ପୁଲିସ କର୍ମଚାରୀ, ଜଣେ ଡାକ୍ତର ଓ ଜଣେ ଷ୍ଟାଫ ନର୍ସ ଥିବା ସୂଚନା ମିଳିଛି । କରୋନା ଯୋଦ୍ଧାଙ୍କ ଭିତରୁ ୧୫ ଜଣ କୋଭିଡ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଆଉ ୨୨ ଜଣଙ୍କୁ ଘରୋଇ ସଂଗରୋଧରେ ରହିବାକୁ କୁହାଯାଇଛି । ସୁନ୍ଦରଗଡ ଜିଲ୍ଳାପାଳ ଆଜି ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୫କୁ ବୃଦ୍ଧି ପାଇଛି । ତେବେ ୩୧୮ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏବେ ଜିଲ୍ଲାରେ ୪୦୪ଟି ସକ୍ରିୟ ମାମଲା ରହିଛି

Leave A Reply

Your email address will not be published.