ସୁପର୍ ସ୍ପ୍ରେଡର୍ ସାଣ୍ଟା କ୍ଲଜ୍ : ୧୫୭ ଲୋକ ସଂକ୍ରମିତ, ୧୮ ଜଣଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେଲଜିୟମର ଏକ ବୃଦ୍ଧାଶ୍ରମରେ କରୋନା ସଂକ୍ରମିତ ସାଣ୍ଟା କ୍ଲଜ୍ ପାଇଁ ଏଠାରେ ରହୁଥିବା ୧୨୧ ଅନ୍ତେବାସୀ ଓ ୩୬ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ୧୮ ସଂକ୍ରମିତ ଜୀବନ ମଧ୍ୟ ହାରିଛନ୍ତି ।
ରିପୋର୍ଟ ଅନୁସାରେ, ୨ ସପ୍ତାହ ପୂର୍ବରୁ ସାଣ୍ଟା କ୍ଲଜ୍ ନିଜର କିଛି ସାଥୀଙ୍କୁ ଧରି ବେଲଜିୟମରେ ଥିବା ଏକ ବୃଦ୍ଧାଶ୍ରମକୁ ଆସିଥିଲେ । ସେଠାରେ ସେ ଅନ୍ତେବାସୀଙ୍କୁ ଉପହାର ମଧ୍ୟ ଦେଇଥିଲେ । କରୋନା ମାମଲା ବଢିବା ପରେ ସାଣ୍ଟାକୁ ସେଠାରେ ସୁପର ସ୍ପ୍ରେଡର୍ ବୋଲି କୁହାଯାଉଛି । ଗତ ୨୪ ଓ ୨୫ ତାରିଖରେ ଏହି ବୃଦ୍ଧାଶ୍ରମରେ ରହୁଥିବା ୨ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାର ୩ ଦିନ ପରେ ସାଣ୍ଟା କ୍ଲଜ୍ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.