ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ ଯାଇଥିବା ଆଇପିଏସ୍‌ଙ୍କୁ ମୁମ୍ବାଇରେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା କ୍ରମେ ଜଟିଳ ହେବାକୁ ଯାଉଛି। ତଦନ୍ତରେ ବିହାର ପୋଲିସ କୁ ମୁମ୍ବାଇ ପୋଲିସ ସହଯୋଗ କରୁନଥିବା କଥା କୁହା ଯାଉଥିବା ବେଳେ ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ଜଣେ ଆଇପିଏସ୍ ଅଫିସରଙ୍କୁ ଜୋର ଜବରଦସ୍ତି କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।


ସେ ଦେଇଥିବା ସୂଚନା ଅନୁଯାୟୀ, ରବିବାର ଆଇପିଏସ୍ ଅଫିସର ବିନୟ ତିୱାରୀ ପାଟଣାରୁ ଯାଇ ମୁମ୍ବାଇରେ ପହଞ୍ଚିଥିଲେ। ସେ ସେଠାରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ପୂର୍ବରୁ ଯାଇଥିବା ଟିମ୍‌ର ନେତୃତ୍ୱ ନେଇଥା’ନ୍ତେ। ତେବେ ରାତି ୧୧ଟା ବେଳେ ବିଏମ୍‌ସି (ବ୍ରିହାନ୍‌ମୁମ୍ବାଇ ମହାନଗର ନିଗମ)ର ଅଧିକାରୀମାନେ ତାଙ୍କୁ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍‌ରେ ପଠାଇ ଦେଇଥିଲେ।ବିହାର ଡିଜିପି ଟ୍ୱିଟ୍ କରିଛନ୍ତି ଯେ ଅନୁରୋଧ ସତ୍ତ୍ୱେ ବିନୟ ତିୱାରୀଙ୍କୁ ‘ଆଇପିଏସ୍‌ ମେସ୍‌’ରେ ରହିବାକୁ ଦିଆଗଲା ନାହିଁ। ସେ ଏବେ ଗୋରେଗାଁଓର ଏକ ଗେଷ୍ଟ୍ ହାଉସ୍‌ରେ ରହୁଛନ୍ତି। ଆଇପିଏସ୍ ଅଫିସର ବିନୟ ତିୱାରୀ ଏବେ ସେଠାରେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରହିବେ।

Leave A Reply

Your email address will not be published.