ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା, କେନ୍ଦ୍ରାପଡା ଏସ୍‌ପିଙ୍କ ନିଲମ୍ବନ ଦାବିରେ ବିଧାନସଭାରେ ହୋହଲ୍ଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରାରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମ ବେଳେ ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ନୀତିଶେଖର ହାତ ଉଠାଇଥିବା ନେଇ ଆଜି ଶୂନ୍ୟକାଳରେ ଆଲୋଚନା ହୋଇଛି । ଗଣତନ୍ତ୍ରଙ୍କ ଚତୁର୍ଥ ସ୍ତମ୍ଭକୁ ପୋଲିସ ଅଧିକାରୀଙ୍କୁ ଏଭଳି ବ୍ୟବହାର ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ସମେତ କଂଗ୍ରେସ ମଧ୍ୟ ବିଧାନସଭା ଗୃହରେ ଅଭିଯୋଗ କରିଛି । ବିରୋଧୀ ଦଳ ବିଜେପି ବିଧାୟକମାନେ ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ ଆଇନ ଆଣିବାକୁ ଦାବି କରିବା ସହ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାକୁ ନେଇ ଗୃହରେ ହୋହଲ୍ଲା ହୋଇଥିଲା । ଏଥିସହ ବିଜେପି ବିଧାୟକମାନେ ଏହି ଦାବିରେ ଗୃହ ମଧ୍ୟରେ ଧାରଣାରେ ବସିବାରୁ ବାଚସ୍ପତି କିଛଇ ସମୟ ପାଇଁ ଗୃହକୁ ମୁଲତବି ଘୋଷଣା କରିଦେଇଥିଲେ । ଏହା ଏହା ଗଣତନ୍ତ୍ର, ରାଜତନ୍ତ୍ର ନା ନବୀନତନ୍ତ୍ର ବୋଲି ଗୃହରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି । ଏହାପରେ ଏସ୍‌ପିଙ୍କୁ ନିଲମ୍ବନ ଦାବି ହୋଇଛି ।

ସୂଚନାଯୋଗ୍ୟ, ପାଟକୁରା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କେନ୍ଦ୍ରାପଡା ଜିଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଖବର ସଂଗ୍ରହ ପାଇଁ ପୂର୍ବାହ୍ନ ୧୦ଟା ସମୟରେ ବାରିମୂଳ ହେଲିପାଡ଼ରେ ଖବରଦାତାଙ୍କ ଭିଡ ଲାଗିଥିଲା । ଜନୈକ ଖବରଦାତା କ୍ୟାମେରାରେ ଫଟୋ ଉଠାଉଥିବା ସମୟରେ ଏସ୍‌ପି ନୀତିଶେଖର ବାରଣ କରିବା ସହିତ ତାଙ୍କୁ ମାଡ଼ ମାରିବା ପାଇଁ ହାତ ଉଠାଇଥିଲେ । ଉକ୍ତ ଘଟଣାକୁ ଜିଲାର ଦୁଇ ଖବରଦାତା ସଂଘ ନିନ୍ଦା କରିବା ସହିତ ତୁରନ୍ତ ଏସ୍‌ପିଙ୍କ ବଦଳି ଦାବି କରିଛନ୍ତି । ଏ ନେଇ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ହୋଇଛି ।

Leave A Reply

Your email address will not be published.