ଭୋଜି ଖାଇବାକୁ ଡାକି ନେଲା ପ୍ରତିଶୋଧ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧୀନସ୍ଥ ଧୁମାତ ମଠ ସାହିର ସନ୍ତୋଷ ମଲିକ (୨୦) ନାମକ ଜଣେ ଯୁବକକୁ ଭୋଜି ଖାଇବାକୁ ଡାକି ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ତରଫରୁ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଧୁମାତ ମଠ ସାହିର ସୁନାକରଙ୍କ ପରିବାର ସହ ସନ୍ତୋଷଙ୍କର ଗଣ୍ଡଗୋଳ ହୋଇଥିଲା । ମାତ୍ର କିଛିଦିନ ପରେ ସୁନାକରଙ୍କ ଝିଅର ଜନ୍ମଦିନ ହେବାରୁ ସେ ସନ୍ତୋଷଙ୍କୁ ଭୋଜି ଖାଇବାକୁ ଡାକିଥିଲେ । ସନ୍ତୋଷ ମଧ୍ୟ ପୂର୍ବ ଝଗଡ଼ା ଭୁଲି ଭୋଜି ଖାଇବାକୁ ଚାଲିଯାଇଥିଲେ । ସୁନାକର ର ମନରେ ଦବି ରହିଥିବା ପ୍ରତିଶୋଧ କୁ ସନ୍ତୋଷ ଜାଣିପାରିନଥିଲା । ସନ୍ତୋଷ ଭୋଜି ଖାଇ ସାରିବା ପରେ ସୁନାକର ତାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସନ୍ତୋଷଙ୍କ ଅବସ୍ଥା ସେଠାରେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ସନ୍ତୋଷଙ୍କ ମାଆ ନିକିରାଇ ଥାନାରେ ଏତଲା ଦେଇଛନ୍ତି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ଅଭିଯୁକ୍ତ ସୁନାକର ଫେରାର୍‌ ହୋଇଯାଇଛି ।

Leave A Reply

Your email address will not be published.