ଝିଅମାନେ ଯିବେନି ସ୍କୁଲ

0

ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ଝିଅମାନଙ୍କ ପାଇଁ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ କରିଦେଇଛି । ତାଲିବାନ ପ୍ରଶାସନ ପୂର୍ବ ଆଫଗାନିସ୍ତାନର ପାକଟିଆ ପ୍ରଦେଶରେ ଷଷ୍ଠରୁ ଉଦ୍ଧ୍ୱର୍ ଶ୍ରେଣୀ ଥିବା ବାଳିକା ସ୍କୁଲ ଗୁଡ଼ିକୁ ବନ୍ଦ କରିଦେଇଛି । କିଛିଦିନ ତଳେ ଏହି ସ୍କୁଲ ଗୁଡ଼ିକୁ ଆଦିବାସୀ ସଂପ୍ରଦାୟର ବରିଷ୍ଠ ନାଗରିକ ଏବଂ ପ୍ରିନ୍ସପାଲଙ୍କ ଅନୁରୋଧ କ୍ରମେ ଖୋଲାଯାଇଥିଲା ।ହେଲେ ଏବେ ଏଗୁଡ଼ିକୁ ବନ୍ଦ କରିଦିଆଯାଇଛି ।

ଚଳିତ ମାସରେ ଗାର ଡେଜର ଚାରୋଟି ଏବଂ ସାମକାନି ଜିଲ୍ଲାରେ ଥିବା ଗୋଟିଏ ବାଳିକା ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା । ଏଗୁଡ଼ିକ ତାଲିବାନ ଶିକ୍ଷା ମନ୍ତ୍ରଣାଳୟର ବିନା ଅନୁମତିରେ ଝିଅମାନଙ୍କୁ ପାଠ ପଢ଼ାଉଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିଲା । ସ୍କୁଲ ବନ୍ଦ ନିଷ୍ପତ୍ତିକୁ ପିଲାମାନେ ବିରୋଧ କରବା ସହ ସ୍କୁଲ ଡ୍ରେସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

SOA post below
Leave a comment