ଅଧିକ ଦକ୍ଷିଣା ନଦେବାରୁ ଭକ୍ତଙ୍କୁ ହାଣିଲେ ସେବାୟତ

0

ଓଡିଶା ଫାଷ୍ଟ( ବ୍ୟୁରୋ): ମନ୍ଦିର ଭଳି ପବିତ୍ର ସ୍ଥାନରେ ଲାଗିଲା ରକ୍ତର ଛିଟା। ଗଞ୍ଜାମ ଜିଲ୍ଲାର ପବିତ୍ର ଶକ୍ତିପିଠ ମାଁ ତାରା ତାରିଣୀ ଙ୍କ ପୀଠରେ ଘଟିଛି ଅଭାବନୀୟ ଘଟଣା । ମୋଟା ଅଙ୍କର ଦକ୍ଷିଣା ନ ଦେବାରୁ ଦୁଇ ଜଣ ଭକ୍ତଙ୍କୁ ଖଣ୍ଡାରେ ହାଣି ଦେଲେ କିଛି ସେବାୟତ । ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଜଣ ଭକ୍ତ ଏବେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଜଣେ ଗୁରୁତର ଯୁବକଙ୍କ ହାତରେ ଗଭୀର ଆଘାତ ଲାଗିଥିବା ନେଇ ଜଣାପଡ଼ିଛି । ପ୍ରକାଶ ଥାଉକି, ଗତକାଲି ଅପରାହ୍ଣରେ କୋଦଳା ଅଞ୍ଚଳର ନାରାୟଣ ପ୍ରଧାନ ଓ ସୁଦାମ ମହାରଣା ନିଜ ସାଥୀଙ୍କ ସହ ବସ ପୂଜା ନିମନ୍ତେ ମାଆ ତାରା ତାରିଣୀଙ୍କ ପିଠକୁ ଆସିଥିଲେ । ପୂଜା ଅର୍ଚ୍ଚନା ସରିବା ପରେ ସେବକ 5 ହଜାର ଟଙ୍କା ଦକ୍ଷିଣା ବାବଦକୁ ଅର୍ଥ ଦାବି କରିଥିଲେ । ହେଲେ ଏତେ ଟଙ୍କା ଦକ୍ଷିଣା ଦେବାକୁ ମନା କରିବା ଯୋଗୁଁ ଉଭୟଙ୍କ ମଧ୍ୟରେ ବଚସା ଓ କଥା କଟାକଟି ହୋଇଥିଲା । ପରେ ସେବାୟତ ଜଣକ ମନ୍ଦିରରେ ପୂଜା କରୁଥିବା ଅନ୍ୟ ସେବାୟତଙ୍କୁ ଡାକି ଥିଲା ଏହା ପରେ ପାଖରେ ରଖିଥିବା ଏକ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଜଣ ସେବାୟତଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । କିଛିଦିନ ପୂର୍ବରୁ ୫ ଟି ସଚିବ ଯାଇ ମନ୍ଦିର ଉନ୍ନତି ପାଇଁ ପରିକଳ୍ପନା କାରିଥିଲେ ।

Leave A Reply

Your email address will not be published.