ଟାଟା ସ୍କାଏ ୱାର୍ଲଡ୍ ସ୍କ୍ରିନ୍ ସେବା ଆରମ୍ଭ

0

• ଦର୍ଶକମାନେ ଦେଖିବାକୁ ପାଇବେ ବିଶ୍ୱର ଲୋକପ୍ରିୟ ସିନେମା ଓ ସୋ’

ଭୁବନେଶ୍ୱର, ୨୭/୩: ଭାରତର ଅଗ୍ରଣୀ ଡିଟିଏଚ୍ ସଂସ୍ଥା ଟାଟା ସ୍କାଏ ପକ୍ଷରୁ ନୂଆ ଟାଟା ସ୍କାଏ ୱାର୍ଲଡ୍ ସ୍କ୍ରିନ୍
ସେବା ଆରମ୍ଭ କରାଯିବା ବିଷୟରେ ଘୋଷଣା କରାଯାଇଛି । ଏହି ସେବା ଜରିଆରେ ଦର୍ଶକମାନେ ବିଶ୍ୱର ବଛା ବଛା
ସିନେମା ଓ ସୋ’ ଦେଖିବାର ସୁଯୋଗ ପାଇବେ ।
ଦର୍ଶକମାନଙ୍କ ନିକଟରେ ଆନ୍ତର୍ଜାତିକ ମନୋରଂଜନ
ପହଂଚାଇବା ପାଇଁ ଏହା ହେଉଛି ଟାଟା ସ୍କାଏର
ଉଦ୍ୟମ ।
ଅରୁଣ ଉନ୍ନି, ଚିଫ୍ କଂଟେଂଟ୍ ଅଫିସର-ଟାଟା
ସ୍କାଏ କହିଛନ୍ତି ଯେ, “ଟାଟା ସ୍କାଏ ୱାର୍ଲଡ୍ ସ୍କ୍ରିନ୍
ଉନ୍ମୋଚନ ସହିତ ଆମେ କେବଳ ହଲିଉଡ୍ ନୁହେଁ ସମଗ୍ର ବିଶ୍ୱର ୬୫୦ରୁ ଅଧିକ ଘଂଟାର ଶ୍ରେଷ୍ଠ କାହାଣୀଗୁଡ଼ିକୁ
ବିଜ୍ଞାପନମୁକ୍ତ ଭାବେ ପ୍ରଦର୍ଶିତ କରିବୁ । ଆମର ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଦର୍ଶକଙ୍କ ବ୍ୟବହାର ଢ଼ାଂଚା ବଦଳିଛି ଓ
ସେମାନେ ଭିନ୍ନ ଓ ଆକର୍ଷଣୀୟ ବିଷୟବସ୍ତୁ ଚାହୁଁଛନ୍ତି ଯାହା ଭାଷା ଦ୍ୱାରା ସୀମା ବଦ୍ଧ ହୋଇନଥିବ । ଆମେ ବାଛିଥିବା
ତାଲିକାରେ ରହିଛି ବିଶ୍ୱର ବହୁତ ଲୋକପ୍ରିୟ ଓ ପ୍ରଶଂସାଯୋଗ୍ୟ ସିନେମା ଓ ଟିଭି ସୋ’ । ସେଥି ମଧ୍ୟରୁ ଅଧିକାଂଶ
ଭାରତରେ ଟିଭିରେ କେବେ ଦେଖିବାକୁ ମିଳିନଥିଲା ।’’
ପ୍ରଥମ ଥର ପାଇଁ ଦେଶରେ କୌଣସି ଡିଟିଏଚ୍ ସଂସ୍ଥା ପକ୍ଷରୁ ବିଜ୍ଞାପନମୁକ୍ତ ସେବା ଆରମ୍ଭ କରାଯାଇଛି । ଟାଟା ସ୍କାଏ
ଏ କ୍ଷେତ୍ରରେ ଅଗ୍ରଦୂତ ସାଜିଛି । ଏହି ସେବାରେ ସବ୍ସ୍କ୍ରାଇବରମାନେ ବିଶ୍ୱର ବିଭିନ୍ନ ସିରିଜ୍ ଓ ସିନେମା ଚୟନ
କରିପାରିବେ । ଏହା ଚବିଶ ଘଂଟା ଉପଲ୨ ହେବ । ସବସ୍କ୍ରାଇବରମାନେ ଏହି ବିଷୟବସ୍ତୁକୁ ନିଜ ଟିଭି, ଏସ୍ଟିବି,
ଟାଟା ସ୍କାଏ ମୋବାଇଲ୍ ଆପ୍ ଓ ଟାଟା ସ୍କାଏ ୱେବ୍ ଆପ୍ରେ ହାସଲ କରିପାରିବେ ।
ଟାଟା ସ୍କାଏ ୱାର୍ଲଡ୍ ସ୍କ୍ରିନ୍ରେ ଆରବୀ, ରୁଷିଆ, ସ୍ପେନ୍, ବେଲଜିୟମ, ଇସ୍ରାଏଲ, କ୍ୟୁବା, ଜର୍ମାନ, ଫ୍ରାନ୍ସ, ଇଟାଲି,
ପର୍ତୁଗିଜ, ହିନ୍ଦୀ, ଜାପାନ, ଚୀନ୍ ଓ କୋରିଆର ଆଂଚଳିକ ଭାଷାରେ ସିନେମା ଓ ଟିଭି ସୋ’ ଉପଲ୨ ହେବ ।
ଇଂରାଜି ଭିନ୍ନ ଅନ୍ୟ ଭାଷାର ବିଷୟରେ ସବ୍ ଟାଇଟଲ୍ ରହିବ । କିଛି ବିଷୟ ଇଂରାଜିରେ ଡବିଂ ହୋଇ ମଧ୍ୟ
ଉପଲ୨ ହେବ ।
ଅରୁଣା ଉନ୍ନି କହିଛନ୍ତି ଯେ, “ଏବେ ଦର୍ଶକମାନେ ସମଗ୍ର ବିଶ୍ୱର ମନୋରଂଜନକୁ ହାସଲ କରିପାରିବେ, କାରଣ
ଶ୍ରେଷ୍ଠ କାହାଣୀ ପାଇଁ ଭାଷା ଏକ ପ୍ରତିବନ୍ଧକ ନୁହେଁ ।’’

Leave A Reply

Your email address will not be published.