ଖେଳ ପ୍ରେମୀଙ୍କ ପାଇଁ ଖୁସି ଖବର; ଖୁବ ଶୀଘ୍ର ପଡିଆକୁ ଓଲ୍ହାଇବ ଟିମ ଇଣ୍ଡିଆ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତୀୟ କ୍ରିକେଟ୍‌ ଦଳର ପ୍ରଶଂସକଙ୍କ ଲାଗି ଖୁସି ଖବର। ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବ। ଏହି ଗସ୍ତରେ ଦଳ ସୀମିତ ଓଭର ଶୃଙ୍ଖଳା ଖେଳିବ। ସଂପ୍ରତି କରୋନା ଭାଇରସ୍‌ କାରଣରୁ ସମସ୍ତ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଶୃଙ୍ଖଳା ଓ ଟୂର୍ଣ୍ଣାମେଣ୍ଟ ସ୍ଥଗିତ ରହିଛି।

‘ଦ ଆଇଲ୍ୟାଣ୍ଡ’ର ରିପୋର୍ଟ ଅନୁଯାୟୀ ବିସିସିଆଇ ସୋମବାର ଶ୍ରୀଲଙ୍କା କ୍ରିକେଟ୍‌(SLC)କୁ ଏହି ଗସ୍ତ ଲାଗି ସବୁଜ ସଙ୍କେତ ଦେଇଛି। ଯେବେ ଭାରତ ସରକାର ଏହାର ମଞ୍ଜୁରୀ ଦେବେ ତେବେ ଯାଇ ଏହି ଗସ୍ତ ସମ୍ଭବ ହେବ ବୋଲି ବିସିସିଆଇ କହିଛି।

ଭାରତର ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଜୁନ୍ ମାସରେ ନିର୍ଦ୍ଧାରିତ ଥିଲା। ହେଲେ ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବ ବୋଲି ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ। ଏସଏଲସିକୁ ମଧ୍ୟ ଏହି ଦ୍ଵିପାକ୍ଷିକ ଶୃଙ୍ଖଳା ଲାଗି ନିଜ ଦେଶର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ନେବାକୁ ପଡିବ।

Leave A Reply

Your email address will not be published.