ଦାନ୍ତରେ ପୋକ ଏବଂ ଯନ୍ତ୍ରଣା ହେଉଥିଲେ କରନ୍ତୁ ଏହି ଘରୋଇ ଉପଚାର

0

ସ୍ୱାସ୍ଥ୍ୟ ହିଁ ସମ୍ପତି। ତେଣୁ ଲୋକ ମାନେ ନିଜ କୁ ଫିଟ ଓ ସୁନ୍ଦର ରଖିବା ପାଇଁ ଅନେକ କିଛି କରି ଥାନ୍ତି। ତେବେ ଏଥିରେ ଝିଅ ମାନେ ଅଧିକ ଆଗରେ ଥାନ୍ତି, ସେମାନେ ନିଜ କୁ ସୁନ୍ଦର କରି ରଖିବା ରେ ସବୁ କିଛି ଉପାୟ ଆପଣେଇ ଥାନ୍ତି। ତେବେ ଗୋଡ଼ ଠୁ ମୁଣ୍ଡ ଯାଏ , ସେମାନେ ନିଜ କୁ ପାର୍ଫେକ୍ଟ କରି ରଖି ଥାନ୍ତି। ତେବେ ଆପଣ ମାନେ ଜାଣି ଥିବେ କି ଦାନ୍ତ ହେଉଛି ମୁଁହ ର ଏକ ଅଂଶ,ସୌନ୍ଦର୍ଜ୍ୟ ପାଇଁ ଦାନ୍ତ ମଧ୍ୟ ସୁନ୍ଦର ରହିବା ଆବଶ୍ୟକ । ତେବେ ଆପଣ ଦେଖି ଥିବେ କି ଅନେକ ଲୋକ ଙ୍କ ପାଟି ରୁ ବହୁତ ଗନ୍ଧ ବାହାରି ଥାଏ ,ଯାହା ପାଇଁ ଆପଣ ମାନେ ଲୋକ ଙ୍କ ପାଖରେ ଲଜିତ ହୋଇ ଥାନ୍ତି।ତେବେ ଏହାର କାରଣ କି ଆମ ଦାନ୍ତ ରେ ପୋକ ଲାଗି ଯାଇ ଥାଏ।

ତେବେ ଆମେ ପ୍ରତିଦିନ ଯେଉଁ ସବୁ ଖାଦ୍ୟ ଖାଉଛେ , ଯଦି ଆମେ ଖାଇବା ପରେ ଦାନ୍ତ କୁ ବା ପାଟି କୁ ଭଲ ଭାବରେ ଧୋଇ ନ ଥିବା ତାହାଲେ ଦାନ୍ତ ରେ ଖାଦ୍ୟ ଗୁଡିକ ଜମି ଯାଇ ଛୋଟ ଛୋଟ ପୋକ ସୃଷ୍ଟି ହୋଇ ଥାଏ।ତେବେ ଏହି ଗୁଡିକ ଆମ ଦାନ୍ତ ରେ ରହିଲେ ବହୁତ ଯନ୍ତ୍ରଣା ହୁଏ। ଆମେ ଏହା ପାଇଁ ଭଲ ଭାବରେ ଖାଦ୍ୟ ଖାଇ ପାରୁ ନାହିଁ , ଗନ୍ଧ ବହରିବା ଯୋଗୁ ଲୋକ ଙ୍କ ସହ ଭଲ ରେ କଥା ହୋଇ ପାରୁ ନାହିଁ। ତେବେ ଦାନ୍ତ ର ଯନ୍ତ୍ରଣା ହେଲେ ଏହା ଆମ କୁ ଅଧିକ କଷ୍ଟ ଦେଇ ଥାଏ,ଆଉ ରାତି ରାତି ଆମେ ସୋଇ ପାରୁ ନାହିଁ।

ତେବେ ଡାକ୍ତର ମାନେ ଏହା ପାଇଁ ଅନେକ ଔଷଧ ଲେଖି ଦିଅନ୍ତି ,ତ ଆଉ କେହି କେହି ଯନ୍ତ୍ରଣା ସହି ନ ପରି ଦାନ୍ତ ଉଠାଇ ଦେଇ ଥାନ୍ତି। ତେବେ ଏହା ପାଇଁ ଏକ ଘୋରୋଇ ଉପଚାର ରହିଛି,ଯାହା ଆମ ପାଇଁ ସୁରକ୍ଷିତ ରହିବ ଆଉ ଅତି ସହଜ ରେ ଦାନ୍ତ ରୁ ପୋକ ସଫା ହୋଇ ଯିବ ଆଉ ତା ସହ ଯନ୍ତ୍ରଣା ମଧ୍ୟ ଦୂର ହୋଇ ଯିବ। ତେବେ ଆସନ୍ତୁ ଜାଣିବା ଏହି ଉପଚାର ଟି କଣ।

ଉପଚାର ପ୍ରଣାଳୀ:-*ତେବେ ପ୍ରଥମେ ଗୋଟେ ପାତ୍ର ରେ କିଛି ସୋରିଷ ତେଲ ନେବେ ଆଉ ତା ପରେ କିଛି ଲବଙ୍ଗ ନେବେ । ତେବେ ଏହା ପରେ ଆପଣ ଫିଟିକିରି ନେବେ, ଏହା କୁ ଛୋଟ ଖଣ୍ଡ କରି ତାକୁ ପେସି ଦେବେ। ତେବେ ଏହି ତିନୋଟି ଜିନିଷ ଆପଣ ଙ୍କ ଦାନ୍ତର ପୋକ କୁ ଅତି ସହଜ ରେ ଦୂର କରିବ। ତେବେ ଏହି ସବୁ ଜିନିଷ କୁ ଆପଣ ପ୍ରଥମେ ଗୋଟେ ପାତ୍ର ରେ ୪/୫ ଟି ଲବଙ୍ଗ୍ ନେବେ ,ଆଉ ତା ପରେ ତାକୁ ଗୁଣ୍ଡ କରିଦେବେ। ତେବେ ଏହାକୁ ନେଇ ଆପଣ ଦାନ୍ତ ରେ ଯେଉଁ ସ୍ଥାନ ରେ ପୋକ ଲାଗିଛି ବା ଯନ୍ତ୍ରଣା ହେଉଛି ସେଠି ନେଇ ରଖି ଦେବେ ଆଉ ଦାନ୍ତ ରେ ଚାପି ରଖି ପାଟି ୫ ମିନିଟ ଯାଏ ବନ୍ଦ କରି ଦେବେ। ତେବେ ଏହା ପରେ ଆପଣ ପାଟି କୁ ସଫା କରି ଦେବେ ,ଆଉ ଆପଣ ଙ୍କ ଯନ୍ତ୍ରଣା ପୁରା କମି ଯିବ ।

*ତେବେ ଏହା ଯେଉଁ ସ୍ଥାନ ରେ ପୋକ ଲାଗିଛି ,ତେବେ ପ୍ରଥମେ ଆପଣ ଗୋଟେ ପାତ୍ର ରେ ସୋରିଷ ତେଲ ନେବେ ଆଉ ତା ପରେ ଆପଣ ଯେଉଁ ଗୁଣ୍ଡ କରି ଥିବା ଫିଟିକିରି କୁ ନେଇ ସେଥିରେ ପକାଇ ଭଲ ଭାବେ ମିଶାଇ ଦେବେ। ତେବେ ଏକ ତୁଳା ବା ବ୍ରସ ରେ ସେହି ପେଷ୍ଟ କୁ ନେଇ ଦାନ୍ତ ରେ ଯେଉଁ ସ୍ଥାନ ରେ ପୋକ ଲାଗିଛି ସେ ସ୍ଥାନ ରେ ଭଲ ଭାବେ ଲଗାଇ ଦେବେ । ତେବେ ଏହାକୁ ଆପଣ ୨ ଘଣ୍ଟା ଯାଏ ଲଗେଇକି ରଖିବେ। ତେବେ ଏହା କୁ ୩/୪ ଦିନ ବ୍ଯବହାର କରିବା ଦ୍ୱାରା ଦେଖିବେ ଆପଣ ଙ୍କ ଦାନ୍ତ ରେ ଲାଗି ଥିବା ପୋକ ବହୁତ ଶୀଘ୍ର ଭଲ ହୋଇ ଯିବ।

Leave A Reply

Your email address will not be published.