କିଶୋର ବୟସର ଭୁଲରେ ବର୍ବାଦ ହୋଇଗଲା ଭବିଷ୍ୟତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମ ଶାଶ୍ୱତ। ପ୍ରେମ ରେ ସବୁକିଛି ବାଧା ବିଘ୍ନ ତୁଚ୍ଛ ମନେହୁଏ ପ୍ରେମୀ ଯୁଗଳ ଙ୍କୁ। କିନ୍ତୁ ଯେତେବେଳେ ଅବିଶ୍ୱାସ ର ମଞ୍ଜି ଅଙ୍କୁରିତ ହେବା ଆରମ୍ଭ ହୁଏ ସେ ସବୁକିଛି ଛାର ଖାର କରିଦିଏ। କିଶୋର ବୟସରେ ଭୁଲ ଠିକ ବିଚାର କରିବା ସମ୍ଭବପର ନୁହେଁ। କାହିଁକି ନା ଏହି ବୟସରେ ଅନେକ ସ୍ବପ୍ନ ପିଲା ଙ୍କ ମନରେ ବାଦଲ ପରି ଘୁରି ବୁଲୁଥାଏ। ଆଉ ଏ ବୟସ ରେ ଯଦି ପ୍ରେମ ହୋଇଯାଇ ତେବେ ସେମାନେ ଭୁଲ ଓ ଠିକ ମଧ୍ୟରେ ପାର୍ଥକ୍ୟ କରିନପାରି କରିବସନ୍ତି ଜଘନ୍ୟ କାଣ୍ଡ। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଜଣେ ୧୭ ବର୍ଷୀୟା ପ୍ରେମିକା ନିଜ ୧୪ ବର୍ଷୀୟ ପ୍ରେମିକ ଆଗରେ ଅନ୍ୟ ଜଣଙ୍କ ସହ ମୋବାଇଲ ରେ କଥା ହେବାରୁ ପ୍ରେମିକ ରାଗିଯାଇ ପ୍ରେମିକା ର ବେକକୁ ଓଢଣୀ ରେ ତଣ୍ଟି ଚିପି ହତ୍ୟା କରିଥିବା ସ୍ୱୀକାର କରିଛି।

ସୂଚନାମୁତବକ, ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଫାଜଲପୁର ଗାଁ ଜଣେ ନାବାଳକ ନିଜ ପ୍ରେମିକା ମୋବାଇଲ ରେ ଅନ୍ୟ କାହାସହ କଥା ହେଉଥିବା ଦେଖି ଏବିଷୟରେ ପଚାରିଥିଲା। ମାତ୍ର ପ୍ରେମିକା ଠାରୁ କୌଣସି ଉତ୍ତର ନପାଇ ରାଗରେ ନିଜର ହିତାହିତ ଜ୍ଞାନ ହରାଇ ବସିଲା। ତାର ରାଗ ଅତ୍ୟଧିକ ପରିମାଣରେ ବୃଦ୍ଧି ପାଇବାରୁ ସେ ଓଢଣୀ ରେ ପ୍ରେମିକା ର ତଣ୍ଟି ଚିପି ହତ୍ୟା କରିବା ପରେ ତାକୁ ଘୋଷାଡି ଘୋଷାଡି ନେଇ ପୋଖରୀରେ ଫିଙ୍ଗି ଦେଇଥିଲା ବୋଲି ପୋଲିସ ଆଗରେ ଏହିପରି ସ୍ୱୀକାର କରିଛି ନିଜେ ନାବାଳକ ଜଣକ।

ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଫାଜଲପୁର ଗାଁ ପୋଖରୀରୁ ନିକଟରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣା ପରେ ଏହିପରି ଚାଞ୍ଚଲ୍ୟକର ବୟାନ ରଖିଛି ପୋଲିସ। ନାବାଳକଟିକୁ ଅଟକ ରଖି ଘଟଣାଟିର ଅଧିକ ତଦନ୍ତ ଚଳାଇଛି ପୋଲିସ।

Leave A Reply

Your email address will not be published.