ବାଥରୁମରୁ ମିଳିଲା ଅଭିନେତା ଆଦିତ୍ୟ ସିଂହ ରାଜପୁତଙ୍କ ମୃତଦେହ

ବଲିଉଡ଼ରେ ପୁଣି ଜଣେ ଅଭିନେତାଙ୍କ ମୃତ୍ୟୁ । ଜଣାଶୁଣା ଅଭିନେତା, ମଡେଲ ଏବଂ କାଷ୍ଟିଂ ନିର୍ଦ୍ଦେଶକ ଆଦିତ୍ୟ ସିଂହ ରାଜପୁତଙ୍କ ମୃତ୍ୟୁ । ସୋମବାର ଅପରାହ୍ନରେ ରହସ୍ୟଜନକ ଭାବେ ଅନ୍ଧେରିସ୍ଥିତ ଥିବା ଘରର ବାଥରୁମରେ ତାଙ୍କ ମୃତଦେହ ଦେଖିବାକୁ ମିଳିଛି । ତାଙ୍କ ବନ୍ଧୁଙ୍କ ଉକ୍ତ ବିଲ୍ଡିଂରେ ଥିବା ୧୧ମହଲାରେ ତାଙ୍କର ମୃତଦେହ ଦେଖିବାକୁ ମିଳିଥିଲା ।
ପରେ ତାଙ୍କ ବନ୍ଧୁ ଏବଂ ସେହି ବିଲ୍ଡିଂରେ ଥିବା ଓ୍ବାଚମ୍ୟାନ୍ ତାଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଥିଲେ। ଯେଉଁଠାରେ ଅଭିନେତାଙ୍କୁ ମୃତ ଘୋଷଣା କରିଦିଆଯାଇଛି । ସୂଚନା ଅନୁଯାୟୀ ଅଭିନେତାଙ୍କ ମୃତ୍ୟୁ ପଛରେ ଡ୍ରଗ୍ସର ଓଭରଡୋଜ୍ ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଆଦିତ୍ୟ ସିଂହ ରାଜପୁତ ଇଣ୍ଡଷ୍ଟ୍ରିରେ ଭଲ ଜଣାଶୁଣା ଥିଲେ । ସେ ତାଙ୍କ କ୍ୟାରିୟର ଜଣେ ମଡେଲରରୁ ଆରମ୍ଭ କରିଥିଲେ । କିଛି ଟିଭି ସୋ ଏବଂ ଫିଲ୍ମରେ କାମ କରିବା ପରେ ସେ ନିଜର ବ୍ରାଣ୍ଡ ପପ୍ କଲ୍ଚର ଆରମ୍ଭ କରିଥିଲେ । ଏହି ବ୍ରାଣ୍ଡ ମାଧ୍ୟମରେ ସେ କାଷ୍ଟିଂ ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ସେ କେତେକ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଇଣ୍ଡଷ୍ଟ୍ରିରେ ଲଞ୍ଚ୍ କରିଥିଲେ ।