ଦାନବାକ୍ସ ଭାଙ୍ଗି ମନ୍ଦିରରୁ ୨ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଳରାମଗଡି ମେରାଇନ ଥାନା ଅନ୍ତର୍ଗତ ଗଙ୍ଗାମାତା ମନ୍ଦିରରୁ ଚୋରି ହୋଇଥିବାର ଖବର ମିଳିଛି। ଦାନବାକ୍ସ ଭାଙ୍ଗି ପାଖାପାଖି ୨ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି। ଆଜି ଭୋର ସମୟରେ ମନ୍ଦିରର ପୂଜକ ଦାନବାକ୍ସ ଭାଙ୍ଗି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।ପରେ କମିଟିକୁ ଖବର ଦେଇଥିଲେ।
ପ୍ରଥମେ ଦୁର୍ବୃତ୍ତ ମନ୍ଦିରର ଫାଟକର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ପରେ ଦାନବାକ୍ସ ଭାଙ୍ଗି ଚୋରି କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ଦାନବାକ୍ସରେ ୨ ବର୍ଷରୁ ଅଧିକ ସମୟ ଧରି ଭକ୍ତଙ୍କ ଦାନଟଙ୍କା ରହିଥିଲା। ଏ ବାବଦରେ ବଳରାମଗଡି ମେରାଇନ ଥାନରେ ଅଭିଯୋଗ ହେବା ପରେ ପୁଲିସର ତଦନ୍ତ ଜାରି ରହିଛି।

bjd
Sikshaya
ruchi

Leave A Reply

Your email address will not be published.