୨୨ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ବିଶ୍ୱ ଟେଷ୍ଟ ଚାମ୍ପିଆନସିପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ସଫଳତା । ଦ୍ୱିତୀୟ ଟେଷ୍ଟରେ କିୱି ଦଳ ଇଂଲଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି । ଏଥିସହ ଘରୋଇ ଦଳ ବିପକ୍ଷ ଟେଷ୍ଟ ସିରିଜ୍‌କୁ ନ୍ୟୁଜିଲାଣ୍ଡ ୧-୦ରେ ଜିତି ନେଇଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଟେଷ୍ଟ ମାନ୍ୟତାରେ ଶୀର୍ଷକୁ ଉଠିଛି । ଫାଇନାଲ୍‌ ମୁକାବିଲା ପୂର୍ବରୁ ନ୍ୟୁଜିଲାଣ୍ଡ ଲାଗି ଏହା ବହୁତ ବଡ ସଫଳତା । ଭାରତ ଓ କିୱି ଦଳ ମଧ୍ୟରେ ଆସନ୍ତା ୧୮ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ମୁକାବିଲା ଖେଳାଯିବ । ନ୍ୟୁଜିଲାଣ୍ଡ ସମ୍ମୁଖରେ ଦ୍ୱିତୀୟ ଇନିଂସରେ ୩୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ଜବାବରେ ନ୍ୟୁଜିଲାଣ୍ଡ ୧୦.୫ ଓଭରରେ ୨ ୱିକେଟ ହରାଇ ୪୧ ରନ କରି ବିଜୟ ହାସଲ କରି ନେଇଥିଲା । ଦୁଇ ଦଳ ମଧ୍ୟରେ ଲର୍ଡ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିଥିଲା । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ୧୨୨ ରନରେ ଅଲଆଉଟ୍‌ କରିଥିଲା ।

Leave A Reply

Your email address will not be published.