କପିଲ ଶର୍ମାଙ୍କ ଆଗାମୀ ଫିଲ୍ମରେ ୧୩ ବର୍ଷର ଓଡିଆ ପୁଅଙ୍କ ଜଲବା

ବଲିଉଡରେ ଏଣ୍ଟ୍ରି ମାରିଲେ ୧୩ ବର୍ଷର ଓଡିଆ ପୁଅ ପ୍ରଜ୍ଜଳ ସାହୁ । ଆସନ୍ତାକାଲି ରିଲିଜ ହେବାକୁ ଯାଉଛି କପିଲ ଶର୍ମା ଅଭିନୀତ ଫିଲ୍ମ ଜ୍ୱିଗାଟୋ। ଯେଉଁଥିରେ ଚାକିରି ଛାଡ଼ିଥିବା ଜଣେ କର୍ମଚାରୀ କିଭଳି ଏକ ଫୁଡ୍ ଡେଲିଭରି ରାଇଡର ଭାବରେ ବଞ୍ଚିବାକୁ ସଂଘର୍ଷ କରିଛନ୍ତି ଏବଂ ରେଟିଂସ କିଭଳି ତାଙ୍କ ପାଇଁ ଖୁବ୍ ଗୁରୁତ୍ୱ ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିବ ।ଫିଲ୍ମର କାହାଣୀ ଜଣେ ଡେଲିଭରୀ ବୟ ଉପରେ ଆଧାରିତ ।
ଖରାପ ଆର୍ଥିକ ପରିସ୍ଥିତି ସହିତ କିଭଳି ଏକ ପରିବାର ଲଢ଼ୁଛି ତାହା ଉପରେ ଏହି କାହାଣୀ ପର୍ୟ୍ୟବସିତ । ତେବେ ଏଥିରେ କଟକର ୧୩ ବର୍ଷର ଓଡ଼ିଆ ପୁଅ ପ୍ରଜ୍ଜଳ ସାହୁ ବଲିଉଡରେ ଡେବ୍ୟୁ କରିଛନ୍ତି । ଯାହା ନିହାତି ଭାବରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ । ପ୍ରଜ୍ୱଳ ସାହୁ ଜଣେ ଜଣାଶୁଣା ଉଦ୍ୟୋଗପତି ଶରତ ସାହୁଙ୍କ ନାତି । ତାଙ୍କ ବାପା ଅରବିନ୍ଦ ସାହୁ ଓ ମା’ ସାଲିନୀ ସାହୁ ମଧ୍ୟ ଓଡ଼ିଶା ବ୍ୟବସାୟ ଜଗତର ଜଣାଶୁଣା ବ୍ୟକ୍ତି । କପିଲଙ୍କ ପୁଅ ଭୁମିକାରେ ନଜର ଆସିବେ ପ୍ରଜ୍ବଳ ।