ବନ୍ୟାକୁ ନେଇ ନଦୀକୂଳିଆ ଲୋକ ସତର୍କ ରହିବାକୁ କହିଲେ କୃଷି ମନ୍ତ୍ରୀ

0

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ କିମ୍ବା ତାଠାରୁ ଅଧିକ ବଡ଼ ବନ୍ୟା ଆସିବା ନେଇ ଆଶଙ୍କା କରାଯାଉଛି । ଏନେଇ ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କୁ ସତର୍କ କରିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ମନ୍ତ୍ରୀ କହିଛନ୍ତି ଯେ, ”ମୁଣ୍ଡୁଳିରେ ଆଜି ୧୦ ଲକ୍ଷରୁ ଅଧିକ ପରିମାଣର ଜଳ ପ୍ରବାହିତ ହେବାର ଅଛି, ତେଣୁ ନଦୀକୂଳିଆ ଲୋକ ସତର୍କ ହେବା ଆବଶ୍ୟକ ରହିଛି ।

ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି, ତେଣୁ ମହମବତୀ ପାଖରେ ରଖନ୍ତୁ । ଶିଶୁଙ୍କ ଖାଦ୍ୟ ପାଖରେ ମହଜୁଦ ରଖିବାକୁ ନଦୀକୂଳିଆ ଲୋକଙ୍କୁ ସେ ପରାମର୍ଶ ଦେଇଛନ୍ତି । ତେବେ କିଛି ଅସୁବିଧା ଥିଲେ ପ୍ରଶାସନ ସହିତ ଯୋଗାଯୋଗ କରିବାକୁ କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହ ଭୟଭୀତ ହୋଇ ଗୁଜବରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଜିଲ୍ଲା ପ୍ରଶାସନ ଓ ସମସ୍ତ ଲୋକ ପ୍ରତିନିଧି ସଜାଗ ରହିଥିବା କହିଛନ୍ତି” ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

SOA post below
Leave a comment