OTET ପରୀକ୍ଷା ଆରମ୍ଭ ପୂର୍ବରୁ ଉତ୍ତର ଭାଇରାଲ୍

0

OTET ପରୀକ୍ଷା ଆରମ୍ଭ ପୂର୍ବରୁ ଉତ୍ତର ସିଟ୍‌ ଭାଇରାଲ୍ । ଆଜି ରାଜ୍ୟବ୍ୟାପୀ OTET ପରୀକ୍ଷା ହେଉଥିବାବେଳେ ମାଲକାନଗିରିରେ ଆନସର ସିଟ୍‌ ଭାଇରାଲ ହୋଇଛି । ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ୩ ଟି ସେଣ୍ଟରରେ ହେଉଛି ପରୀକ୍ଷା ।

OTET ପରୀକ୍ଷା ପାଇଁ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ, ଭାଇରାଲ୍ ହୋଇଥିବା ଆନସର ସିଟ ଠିକ୍ କି ଭୁଲ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଯଦି ଏପରି କୌଣସି ଘଟଣା ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେବେ ପ୍ରଶ୍ନ ପତ୍ର ବା ଉତ୍ତର ଭାଇରାଲ୍ ହୋଇଛି । ଏହା ପୂର୍ବରୁ ଅନେକ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା । ଅଭିଯୋଗ ପରେ ପୁନଃ ପରୀକ୍ଷା ମଧ୍ୟ ହୋଇଛି । ଯଦି ଓଟିଇଟି ଉତ୍ତରପତ୍ର ଭାଇରାଲ୍ ଖବର ସତ ହୋଇଥାଏ ତେବେ ପୁନଃ ପରୀକ୍ଷା କରାଯିବାର ସମ୍ଭାବନା ରହିଛି । ସବୁଠୁ ବଡ଼ କଥା ହେଉଛି କିଏ ଏହି ଉତ୍ତର ଭାଇରାଲ୍ ପଛରେ ଦାୟୀ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ।

SOA post below
Leave a comment