ବିବାହ ପୂର୍ବରୁ ଝିଅ ଫେରାର, ପଢନ୍ତୁ କିପରି ଶିଶୁପାଳ ହେଲେ ବିଧାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ପରିବାରରେ ବିବାହ ପୂର୍ବରୁ କନ୍ୟା ଫେରାର ହେବା ଆମ ସମାଜ ପାଇଁ ନୂଆଘଟଣା ନୁହେଁ । କିନ୍ତୁ ଜଣେ ବିଧାୟକଙ୍କ ବିବାହ ପୂର୍ବରୁ ସ୍ଥିରୀକୃତ କନ୍ୟା ଫେରାର ହେବା ଘଟଣା ତାମିଲନାଡୁ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ ଶାସକ ଦଳ ଏଆଇଡ଼ିଏମକେର ବିଧାୟକ ଏସ ଈଶ୍ୱରାନ(୪୩)ଙ୍କର ଗୋବିଛେଟିପାଲାୟମ ନିକଟ ଉକାରାମ ଅଞ୍ଚଳର ଏସ ସନ୍ଧ୍ୟାଙ୍କ ସହିତ ସେପ୍ଟେମ୍ବର ୧୨ ତାରିଖକୁ ସ୍ଥିର ହାଇଥିଲା । ବର ଶାସକଦଳ ର ବିଧାୟକ ହୋଇଥିବାରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନି ସ୍ୱାମୀ, ଉପ ମୁଖ୍ୟମନ୍ତ୍ରୀ ପନିର ସେଲଭମ, ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିବାହ ଦିନ ଉପସ୍ଥିତ ହେବାର ଥିଲା । ବିବାହ ପାଇଁ ଉଭୟ ବର, କନ୍ୟା ଘର ତରଫରୁ ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ହଟାତ କନ୍ୟା ଏସ ସନ୍ଧ୍ୟା ଶନିବାର ଦିନ ଭଉଣୀ ଘରକୁ ଯିବାକୁ କହି ଦିନ ୧୧ଟାରୁ କେଉଁ ଆଡେ ଫେରାର ହୋଇଯାଇଛି । ସନ୍ଧ୍ୟା ଭଉଣୀ ଘରେ ନପହଁଚିବାରୁ ସନ୍ଧ୍ୟାଙ୍କ ମା’ ସନ୍ଧ୍ୟାଙ୍କ ନିଖୋଜ ଘଟଣା ସମ୍ପର୍କରେଥାନା ରେ ଅଭିଯୋଗ କରିଥିଲେ । ପୋଲିସ ସନ୍ଧ୍ୟାଙ୍କ ମା’ଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଠାରେ ଏକ ରୋଚକ କଥା ହେଉଛି ସନ୍ଧ୍ୟା ମା’ଙ୍କ କହିବା ଅନୁସାରେ ତାଙ୍କ କନ୍ୟାର ତିରିପୁର ଜିଲ୍ଲା ର ଉଥୁକୁଲି ଅଞ୍ଚଳର ବିଘ୍ନେସ ନାମକ ଏକ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା ।

Leave A Reply

Your email address will not be published.