୨୦୨୩ ହକି ବିଶ୍ୱକପ୍ ପାଇଁ ଖେଳସୂଚୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ପୁଲ୍ Dରେ ଭାରତ

ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ ୨୦୨୩ ଟୁର୍ଣ୍ଣାମେଣ୍ଟ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘର ପ୍ରସ୍ତୁତି ଆରମ୍ଭ । ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ପୁଲ୍ ଘୋଷଣା ହୋଇଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍ D’ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ଉପସ୍ଥିତିରେ ଭାରତୀୟ ହକି ଟିମର ପୁଲ୍ ନାମ ଘୋଷଣା କରିଛନ୍ତି । ପୁଲ୍ D’ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍ ଓ ୱେଲ୍ସ ରହିଛନ୍ତି ।
ମୋଟ୍ ୧୬ଟି ଟିମକୁ ୪ଟି ପୁଲ୍ରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ପୁଲ୍ରେ ୪ଟି ଲେଖାଏଁ ଟିମ ରହିଛନ୍ତି ।
ପୁଲ୍ ଏରେ- ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଥିବା ବେଳେ ପୁଲ୍ ବି-ବେଲ୍ଜିୟମ୍, ଜର୍ମାନୀ, କୋରିଆ, ଜାପାନ ରହିଛନ୍ତି । ସେହିପରି ପୁଲ୍ ସିରେ ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ. ମାଲେସିଆ, ଚିଲି ରହିଥିବା ବେଳେ ପୁଲ୍ ଡିରେ ଭାରତ, ଇଂଲଣ୍ଡ, ସ୍ପେନ୍ ଓ ଓ୍ୱେଲ୍ସ ରହିଛନ୍ତି ।