ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଆଜି ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ରାଜ୍ୟବାସୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ”ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ।”

ସେହିପରି ରାଜ୍ୟପାଳ ଗଣେଶୀ ଲାଲ୍‌ ଟ୍ବିଟ କରି ଏହି ପବିତ୍ର ଦିନରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ”ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା । ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦିଅନ୍ତୁ ।”

ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଧରାଧାମରେ ଜନ୍ମନେଇଥିଲେ ଶ୍ରୀକୃଷ୍ଣ । କାରାଗାରରେ ବନ୍ଦୀ ଥିବା ମାତା ଦେବକୀଙ୍କ କୋଳରେ ଜନ୍ମ ନେବେ ଭଗବାନ କୃଷ୍ଣ । ଫଳରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ପବିତ୍ର ଜନ୍ମାଷ୍ଟମୀ ଭାବେ ପାଳନପାଇଁ ଉତ୍ସବମୁଖର ହୋଇଛି ପୁରପଲ୍ଲୀ ।

SOA post below
Leave a comment