ଓଡ଼ିଶା ଫାଷ୍ଟ (ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ପାଖରେ ରାଜ୍ୟ ଶାସନ ପାଇଁ ସମୟ ନାହିଁ।ଗତକାଲି ଏଭଳି ଏକ ମୁଲତବୀ ପ୍ରସ୍ତାବ ବିରୋଧୀ ଦଳ ନେତା ଙ୍କ ତରଫରୁ ଗୃହରେ ଅଣାଯାଇ ଥିଲା। ଯାହାକୁ ବାଚସ୍ପତି ଅଗ୍ରାହ୍ୟ କରିଦେଇଥିଲେ। ଯାହାଫଳରେ ଗତକାଲି ଭଳି ଆଜି ମଧ୍ୟ ବିରୋଧୀ ଦଳ ସଭ୍ୟ ମାନେ ହଟ୍ଟଗୋଳ କରିବାରୁ ଆଜି ମଧ୍ୟ ଗୃହ ଚାଲିପାରିନଥିଲା।
ଘଟଣା କ୍ରମେ
ଗତକାଲି ଗୃହରେ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଲୋକାୟୁକ୍ତ ନିଯୁକ୍ତି ନେଇ ସରକାର ସୁପ୍ରିମକୋର୍ଟ ରେ ଦେଇ ଥିବା ସତ୍ୟପାଠ ଭୁଲ ବୋଲି କହିଥିଲେ। ବିରୋଧୀ ଦଳ ନେତା କହିବାଅନୁଯାଇ ୨୦୧୫ ଜାନୁଆରୀ ରୁ ରାଜ୍ୟରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରି ହେଉଛି ବୋଲି ସରକାର ସୁପ୍ରିମକୋର୍ଟକୁ ଯେଉଁ ସତ୍ୟପାଠ ମାଧ୍ୟମରେ ଏପ୍ରିଲ ୯ରେ ଜଣାଇଥିଲେ,ତାହା ସମ୍ପୁର୍ଣ୍ଣ ମିଥ୍ୟା । ଯଦି ସରକାର ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବା ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି ତେବେ ମୁଖ୍ୟମନ୍ତ୍ରୀ ତାକୁ ଗୃହରେ ଉପସ୍ଥାପନ କରନ୍ତୁ । ଅନ୍ୟଥା ପଦ ଛାଡି ଚାଲି ଯାଆନ୍ତୁ । ଯଦି ମୁଁ ଗୃହରେ ଭୁଲ କହୁଥିବି ତାହାଲେ ମୁଁ ନିସର୍ତ୍ତ କ୍ଷମା ମାଗିବି।
ଏଭଳି ଭାବରେ ବିରୋଧୀଦଳ ନେତା ମୁଖ୍ୟମନ୍ତ୍ରୀ ଙ୍କୁ ଖୋଲା ଚେଲେଞ୍ଜ ଦେଇଛନ୍ତି। ଆଜି ମଧ୍ୟ ଗତକାଲିଭଳି ସମାନ ଅବସ୍ଥା ଗୃହରେ ଦେଖିବାକୁ ମିଳିଛି।ଆଜି ମଧ୍ୟ ବିରୋଧୀ ଦଳ ସଭ୍ୟମାନେ ସୁପ୍ରିମକୋର୍ଟ ରେ ସରକାର ଦେଇଥିବା ମିଥ୍ୟା ଲୋକାୟୁକ୍ତ ସତ୍ୟପାଠ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଚାହିଁଥିବା ବେଳେ,ସରକାର ଦଳ ତରଫରୁ ଏହାକୁ ଅଗ୍ରାହ୍ୟ କରାଯାଇଛି।ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ କୌଣସି ଉତ୍ତର ନମିଳିବାରୁ ବିରୋଧୀ ଦଳ ସଭ୍ୟମାନେ ଗୃହ ପରିତ୍ୟାଗ କରିଥିଲେ।
