୩ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ତାରିଖରେ ୩ଦିନିଆ ମୁମ୍ବାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବରରେ ‘ମେକ୍ ଇନ୍ ଓଡ଼ିଶା-୨୦୨୨’ କନକ୍ଲେଭ୍ ପୂର୍ବରୁ ମୁମ୍ବାଇରେ ସେପ୍ଟେମ୍ବର ୧୪ତାରିଖରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ ଅନୁଷ୍ଠିତ ହେବ ଓ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିବେଶକଙ୍କୁ ଭେଟିବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ ସୁରେଶ କୁମାର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ଉଚ୍ଚସ୍ତରୀୟ ଦଳ ନିବେଶକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

ଏହି ସମ୍ମିଳନୀ ପାଇଁ ନିବେଶକମାନଙ୍କୁ ନିମନ୍ତ୍ରଣ କରିବା ସହ ଓଡ଼ିଶାରେ ପୁଞ୍ଜି ନିବେଶ ସୁଯୋଗ ବାବଦରେ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ । ୧୪ ତାରିଖ ସାଢ଼େ ୬ଟାରେ ମୁମ୍ବାଇର ନରିମନ୍‌ ପଏଣ୍ଟରେ ଥିବା ହୋଟେଲ୍‌ ଟ୍ରାଏଡେଣ୍ଟରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ଅନୁଷ୍ଠିତ ହେବ । ଏଥିରେ ମୁକେଶ ଅମ୍ବାନୀ, ଆନନ୍ଦ ମହିନ୍ଦ୍ରାଙ୍କ ସମେତ ଦେଶର ଟପ୍‌ ନିବେଶକ ଓ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ୧୫ ତାରିଖରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଦୁବାଇ, ଅହମ୍ମଦାବାଦ ଓ ଦିଲ୍ଲୀରେ ହୋଇଥିଲା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ।

SOA post below
Leave a comment