ଏହି ଦିନ ଶେଷ ହେଉଛି ମାଗଣା ବୁଷ୍ଟର ଡୋଜ୍ ଅବଧି; ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗର ଅପିଲ

0

ବୁଷ୍ଟର ଡୋଜ୍ ଟିକା ନେବା ପାଇଁ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି। ଚଳିତ ମାସ ୩୦ ତାରିଖରେ ମାଗଣା ଟିକା ଅବଧି ଶେଷ ହେଉଛି। ତେଣୁ ଏହି ଅବଧି ମଧ୍ୟରେ ବୁଷ୍ଟର ଡୋଜ୍ ନେଇନଥିବା ଲୋକଙ୍କୁ ଟୀକା ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଆହ୍ୱାନ ଦେଇଛି।

ରାଜ୍ୟରେ ମୋଟ ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ଲୋକ ବୁଷ୍ଟର ଡୋଜ୍ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ ଭାଗ ଲୋକ ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ବୁଷ୍ଟର ଡୋଜ୍ ନେଇ ନାହାନ୍ତି।

SOA post below
Leave a comment