ଶିରିଡି ର ଦ୍ଵାରିକାମାଇ କାନ୍ଥରେ ଦେଖାଦେଲେ ସାଇବାବା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିରିଡ଼ି ରେ ଦର୍ଶନ ଦେଲେ ସାଇବାବା। ବୁଧୁବାର ରାତିରେ ଶିରିଡି ସାଇ ମନ୍ଦିର କାନ୍ଥରେ ବାବାଙ୍କ ଛବି ଦେଖାଯାଇଥବା ଭକ୍ତ ମାନେ ଯୁକ୍ତି ବାଢ଼ିଛନ୍ତି। କିଛି ଭକ୍ତ ଏତେ ଭାବବିହୋଳ ହୋଇଯାଇଥିଲେ ଯେ ସେମାନଙ୍କ ନୟନରୁ ଅଶ୍ରୁ ବୋହିବାରେ ଲାଗିଥିଲା। ଆଉ କେତେ ଭକ୍ତ ବାବା ଦେଖା ଦେଲେ କହି ଜୋର ଜୋର ରେ ବାବାଙ୍କ ନାମ ଉଚ୍ଚାରଣ କରିବା ଆରମ୍ଭ କରିଦେଇଥିଲେ।ବାବାଙ୍କ ଦର୍ଶନ ନେଇ ଖବର ପ୍ରଚାର ହେବାପରେ ଦିନକୁ ଦିନ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ସେଥିପାଇଁ ବୁଧୁବାର ରାତି ଠାରୁ ଦୁଇଦିନ ହେଲା ରାତିରେ ମନ୍ଦିର ରେ ପହଡ ପଡ଼ିନାହିଁ।

Leave A Reply

Your email address will not be published.