ଏନଏସଡିର ମୁଖ୍ୟ ହେଲେ ଅଭିନେତା ପରେଶ ରାୱଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଖ୍ୟାତ ବଲିଉଡ ଅଭିନେତା ତଥା ଭାଜପାର ପୂର୍ବତନ ସାଂସଦ ପରେସ ରାୱଲ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଆଜି ଏବାବଦରେ ସୂଚନା ଦେଇଛନ୍ତି । ଶ୍ରୀ ପଟେଲ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତିକି, ବଲିଉଡ ଜଗତର ଖ୍ୟାତନାମା ତଥା ବରିଷ୍ଠ କଳାକାର ପରେଶ ରାୱଲଙ୍କୁ ଏନଏସଡି ବା ନ୍ୟାସନାଲ ସ୍କୁଲ ଅଫ ଡ୍ରାମା”ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏହାଦ୍ୱାରା ତାଙ୍କ ପ୍ରତିଭାର ଲାଭ ଦେଶର ଅନ୍ୟ କଳାକାର ଓ ଛାତ୍ର ମାନଙ୍କୁ ମିଳିପାରିବ । ଏଥିପାଇଁ ତାଙ୍କୁ ବିଭାଗ ତରଫରୁ ତାଙ୍କୁ ଅଶେଷ ଶୁଭେଚ୍ଛା ।”ନିଜେ ପରେଶ ବି ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । କହିରଖିବା ଉଚିତ ହେବାଯେ, ପରେଶ ରାୱଲ ଅନ୍ଦାଜ ଅପନା ଅପନା, ଛାଚି ୪୨୦, ହେରାଫେରି, ନାୟକ, ଆଁଖେଂ, ଆଵାରା ପାଗଳ ଦିବାନା, ହଂଗାମା, ହଲଚର, ଦିବାନା, ଗରମ ମସଲା, ଫିର ହେରା ଫେରି ପରି ଲୋକପ୍ରିୟ ସିନେମାରେ ନିଜ ଅଭିନୟର ଯାଦୁ ଦେଖେଇ ସାରିଛନ୍ତି ।

Leave A Reply

Your email address will not be published.