ଅସୁସ୍ଥତା କାରଣରୁ ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାପାନ ପ୍ରଧାନମନ୍ତ୍ରୀ ଶିଂଜୋ ଅବେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପଦ ଛାଡ଼ିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଇଣ୍ଟେଷ୍ଟିନାଇଲ ରୋଗର ଚିକିତ୍ସା କରିବା ପାଇଁ କିଛି ସମୟର ଆବଶ୍ୟକତା ଥିବାରୁ ଇସ୍ତଫା ଦେଇଥିବା ଶିଂଜୋ କହିଛନ୍ତି। ଗତ ୨ ସପ୍ତାହରେ ଶିଂଜୋ ୨ଥର ହସ୍ପିଟାଲ ଯାଇଥିଲେ। ଏଥିରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ଅନୁମାନ କରାଯାଉଛି। ଶିଂଜୋ କହିଛନ୍ତି ଯେ, ‘ମୋ ଅସୁସ୍ଥତା ଯୋଗୁ ନୀତି ନିର୍ଦ୍ଧାରଣରେ ସମସ୍ୟା ଉପୁଜୁ ତାହା ମୁଁ ଚାହୁଁନାହିଁ।’ ଏଥିସହିତ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ପଦରୁ ଇସ୍ତଫା ଦେଉଥିବାରୁ ଜାପାନବାସୀଙ୍କୁ କ୍ଷମା ମାଗିଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଶିଂଜୋ ଦ୍ୱିତୀୟଥର ପାଇଁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ୨୦୦୭ରେ ତଳିପେଟ ସମ୍ବନ୍ଧୀୟ ସମସ୍ୟା ଯୋଗୁ ପଦରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.