ଚାକିରୀ ହେବ ତ ଏଭଳି; ଜଳପରି ହୋଇ ମାସକୁ ରୋଜଗାର କରୁଛନ୍ତି ୬ ଲକ୍ଷ ଟଙ୍କା

0

ଛୋଟବେଳେ ଆପଣ ନିଶ୍ଚିତ ଭାବରେ ଜଳପରିମାନଙ୍କର ଅନେକ କାହାଣୀ ଶୁଣିଥିବେ | କିନ୍ତୁ ଆପଣ ଦେଖିଛନ୍ତି କି ବାସ୍ତବ ଜୀବନରେ କେହି ଜଣେ ଜଳପରି ହୋଇଯାଆନ୍ତି? ବୋଧହୁଏ ନୁହେଁ, ଏହା ଏକ ସ୍ୱପ୍ନ ପରି | କିନ୍ତୁ ଯଦି ଆପଣଙ୍କୁ ଜଳପରି ହେବାକୁ ବହୁତ ଟଙ୍କା ମିଳିବ, ତେବେ ଏହା ତା ଆପଣଙ୍କ ପାଇଁ କୌଣସି ଚମତ୍କାର ଠାରୁ କମ ନୁହେଁ | ଆମେରିକାରେ ଏପରି ଜଣେ ମହିଳା ଅଛନ୍ତି ଯିଏ କି ଜଳପରି ହେବା ପାଇଁ ପ୍ରତି ମାସରେ ୬ ଲକ୍ଷ ଟଙ୍କା ପାଆନ୍ତି | ତାଙ୍କ ନାଁ ହେଉଛି ଏମିଲି ଆଲେକ୍ସଜାଣ୍ଡାର୍ ଗୁଗଲିଏଲମୋ |

୩୨ ବର୍ଷୀୟ ଆଲେକ୍ସଜାଣ୍ଡାର୍ ଗୁଗଲିଏଲମୋ ଫ୍ଲୋରିଡାରେ ରୁହନ୍ତି | ସେ ଛୋଟ ପିଲାଙ୍କ ପାର୍ଟି ଏବଂ ବଡ଼ ବଡ଼ ହୋଟେଲ ପାଇଁ କାମ କରନ୍ତି | ଏହା ସହିତ ତାଙ୍କର ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଅନୁଗାମୀ ଅଛନ୍ତି |

ବ୍ରିଟିଶ ଖବରକାଗଜ ଦି ମିରର୍ ସହିତ କଥାବାର୍ତ୍ତା କରି ସେ କହିଛନ୍ତି, ‘ଜଣେ ଜଳପରି ହେବା ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର | ଏହା ମୋର ପିଲାଦିନର ସ୍ୱପ୍ନ ଥିଲା | ବର୍ତ୍ତମାନ ମୁଁ ଅନ୍ୟ ପିଲାମାନଙ୍କର ସ୍ୱପ୍ନ ପୂରଣ କରୁଛି |

ସେ ଆହୁରି କହିଛନ୍ତି ଯେ ଏଥିପାଇଁ ତାଙ୍କୁ ବହୁତ ଦରମା ମିଳିଥାଏ | ମୁଁ ୨୨ ବର୍ଷ ବୟସରେ ଏକ ଫଟୋସୁଟ କରିଥିଲି, ଯେଉଁଥିରେ ମୋତେ ଜଳପରି ହୋଇ ଫଟୋସୁଟ କରିବାର ଥିଲା। ଏଥିପାଇଁ ମୁଁ ପ୍ରାୟ ସାଢେ ତିନି ହଜାର ଦଳର ପାଇଥିଲି | ମାତ୍ର ମୁଁ ଜାଣିନଥିଲି ଏକ ଫଟୋସୁଟ ପାଇଁ ମୁ ଯେଉଁ ଅବତାର ନେଉଛି ତାହା ଲୋକଙ୍କୁ ଏତେ ପସନ୍ଦ ଆସିବା ଯାହା ମୋ ରୋଜଗାରର ପନ୍ଥା ପାଲଟିଯିବ |

ପିଲାଦିନର ସ୍ୱପ୍ନକୁ କ୍ୟାରିୟରରେ ପରିଣତ କରି, ଏମିଲି ସୁଇମିଂ ପୁଲ୍ ସୋ ଏବଂ ଅଣ୍ଡର ୱାଟର ପ୍ରଦର୍ଶନ ଏବଂ ଇଭେଣ୍ଟରେ ‘ଆମେରିକୀୟ ମର୍ମାଏଡ୍’ ନାମରେ ବୁକ୍ ହୋଇଛି |

ଏମିଲିଙ୍କ ପ୍ରେମିକା ମଧ୍ୟ ତାଙ୍କୁ ସମର୍ଥନ କରନ୍ତି | ସେ ଅନେକ ବିଜ୍ଞାପନରେ କାମ କରିଛନ୍ତି | ଏହା ବ୍ୟତୀତ ସେ ପ୍ଲେବୋ ଟିଭିରେ ମଧ୍ୟ ଅଭିନୟ କରନ୍ତି ଏବଂ ମ୍ୟାଜିକ୍ ମାଇକ୍ ଏବଂ ସ୍ପ୍ରିଙ୍ଗ ବ୍ରେକର୍ସ ଭଳି ବଡ ହଲିଉଡ ଫିଲ୍ମରେ କାମ କରିଛନ୍ତି |

SOA post below
Leave a comment