ସନ୍ଧ୍ୟା ୭ଟା ୩ରେ ଆରମ୍ଭ ହେବ ପରାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୪ ତାରିଖରେ ବର୍ଷର ଶେଷ ସୂର୍ଯ୍ୟୋପରାଗ ସଂଘଟିତ ହେବ। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି ସମୟରେ ପୂର୍ଣ୍ଣ ପରାଗ କେବଳ ଚିଲ୍ଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ଏହି ପରାଗ ଅଧିକାଂଶ ଅଂଚଳ ସମୁଦ୍ର ମଧ୍ୟ ଦେଇ ଯିବ।
ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ମୁତାବକ, ସୂର୍ଯ୍ୟୋପରାଗ ସନ୍ଧ୍ୟା ୭ଟା ୩ ମିନିଟରେ ଆରମ୍ଭ ହୋଇ ରାତି ୧୨ଟା ୩୦ରେ ଶେଷ ହେବ। ରାତି ୯ଟା ୪୩ ମିନିଟରେ ଏହା ସର୍ବାଧିକ ସଂଘଟିତ ହେବ। ତେବେ ଭିନ୍ନଭିନ୍ନ ସ୍ଥାନରେ ସୂର୍ଯ୍ୟୋପରାଗ ଆରମ୍ଭ, ଶେଷ ଓ ସର୍ବାଧିକ ସମୟ ଭିନ୍ନ ରହିବ। ପରାଗ ପରିମାଣରେ ବି ଭିନ୍ନତା ଦେଖାଯିବ। ଯେକୌଣସି ସ୍ଥାନରେ ପରାଗର ପରିମାଣ ଓ ସମୟ ଇଣ୍ଟରନେଟ ଓ ବିଭିନ୍ନ ଆପ୍‌ରୁ ସୂଚନା ପାଇହେବ। ୨୦୨୧ରେ ସଂଘଟିତ ହେବାକୁ ଯାଉଥିବା ୨ଟି ସୂର୍ଯ୍ୟୋପରାଗ ଭାରତରେ ଦେଖାଯିବ ନାହିଁ। ୨୦୨୨ ମସିହା ଅକ୍ଟୋବର ୨୫ ତାରିଖରେ ପରବର୍ତୀ ସୂର୍ଯ୍ୟୋପରାଗ ଆଂଶିକ ଦେଖାଯିବ।
ଡ. ପଟ୍ଟନାୟକ କହିଛନ୍ତି, ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ ଏକ ସାଧାରଣ ଘଟଣା। ଏହା ଛାଇ ଆଲୁଅର ଏକ ଦୃଶ୍ୟ। ଏହା ପଛରେ ବୈଜ୍ଞାନିକ କାରଣ ରହିଥିବାରୁ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି।

Leave A Reply

Your email address will not be published.