ବଦଳିବ ବାଲେଶ୍ଵର ରେଲୱେ ଷ୍ଟେସନର ମାନଚିତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଦଳିବ ବାଲେଶ୍ଵର ରେଲୱେ ଷ୍ଟେସନର ରୂପରେଖ। ଅତ୍ୟାଧୁନିକ ଡିଜାଇନରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ରେଳ ସେବା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ପରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଏନେଇ ସବୁଜ ସଙ୍କେତ ଦେଇଛନ୍ତି।

ବାଲେଶ୍ଵର ଜିଲ୍ଲାରେ ଅବସ୍ଥିତ ରେଲୱେ ଷ୍ଟେସନକୁ ଦୈନନ୍ଦିନ ହଜାର ହଜାର ଯାତ୍ରୀ ଅନ୍ୟରାଜ୍ୟକୁ ଯାତ୍ରା କରିଥାନ୍ତି। ଜିଲ୍ଲାରେ ଡିଆରଡିଓର ଟେଷ୍ଟ ରେଞ୍ଜ, ବିଭିନ୍ନ କଳ କାରଖାନା, ସିପେଟ, ମେଡ଼ିକାଲ କଲେଜ, ଏମ୍ସ ସାଟେଲାଇଟ ସେଣ୍ଟର, ଆଇଟିଆଇ, ମାଛ ପ୍ରସେସିଂ ପ୍ଲାଣ୍ଟ, ବିଭିନ୍ନ ସରକାରୀ ଅଫିସ ସମେତ ବହୁ ବ୍ୟବସାୟ ସଂସ୍ଥା ରହିଛି। ତେଣୁ ରେଳଦେଇ ଯାତାୟାତ ଗୁରୁତ୍ୱ ଦେଉଥିବାରୁ ଷ୍ଟେସନକୁ ଅତ୍ୟାଧୁନିକ ଭାବେ ନବୀକରଣ କରିବା ସହ ବିଭିନ୍ନ ସୁବିଧା କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗତ ଜାନୁଆରୀ ମାସ ୭ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଥିଲେ।

ଷ୍ଟେସନ ନିକଟରେ ଗୋଦାମ ଓ ଇଣ୍ଡିଆନ ଅଏଲର ଗୋଦାମ ଅନ୍ୟତ୍ର ସ୍ଥାନାନ୍ତର ହୋଇ ଜାଗା ରେଳବିଭାଗକୁ ହସ୍ତାନ୍ତର କରି ଷ୍ଟେସନକୁ ଅତ୍ୟାଧୁନିକକରଣ ନେଇ ଦାବି ଉପସ୍ଥାପନ କରିଥିଲେ। ଗୋଏଲ ଏହାକୁ ଗୁରୁତର ସହ ନେଇ ପ୍ରତିଶୃତି ଦେଇଥିଲେ। ତାଙ୍କ ପ୍ରତିଶୃତି ରକ୍ଷାକରି ଉନ୍ନତିକରଣ ଓ ଅତ୍ୟାଧୁନିକକରଣ ପାଇଁ ରେଳବିଭାଗର ଲେଣ୍ଡ ଡେଭଲପ ମେଣ୍ଟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି। ଏପରିକି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସେ ପତ୍ର ଲେଖି ମଧ୍ୟ ରେଳଷ୍ଟେସନକୁ ଅତ୍ୟାଧୁନିକକରଣ ପ୍ଲାନ ମଧ୍ୟ ଜଣାଇଛନ୍ତି। ପତ୍ର ପାଇ ଶ୍ରୀଯୁକ୍ତ ଷଡ଼ଙ୍ଗୀ ରେଳମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.